ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଅଭିମୁଖୀକରଣ କାର୍ଯ୍ୟକ୍ରମ

0
248
ରାୟଗଡ଼ା ସ୍ୱୟଂ ଶାସିତ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼, (୪/୦୧) : ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଏନଏସଏସ ୟୁନିଟ ମାନଙ୍କର ଅଭିମୁଖୀକରଣ କାର୍ଯ୍ୟକ୍ରମ ସ୍ୱର୍ଣ୍ଣ ଜୟନ୍ତୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ଭି.ଆର.ରତ୍ନଶ୍ରୀ ଅଧ୍ୟକ୍ଷତା କରିଥିଲେ |

ଏନ ଏସ ଏସ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ତଥା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡାକ୍ତର ଅର୍ଚ୍ଚନା ପଟନାୟକ ମୁଖ୍ୟବକ୍ତା ଭାବେ ଏନ ଏସ ଏସ ର ସ୍ବେଛାସେବୀ ମାନଙ୍କୁ ଏନ ଏସ ଏସ ର କାମ ଏବଂ ସ୍ବେଚ୍ଛାସେବୀ ମାନଙ୍କ ଦାୟିତ୍ୱ ଏବଂ ଏଥିରେ ଥିବା ସୁଫଳ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପିଜି କାଉନସିଲ ଚ୍ୟାରମ୍ୟାନ ଡାକ୍ତର ଆର.କେ.ପଣ୍ଡିତ, ଏଡମିନ ଡାକ୍ତର ପ୍ରସନ୍ନ କୁମାର ଗୋନ୍ତାୟତ, ଆକାଉଣ୍ଟଟେଣ୍ଟ ଅରୁଣ ଖାଡଙ୍ଗା ଏବଂ ଏକାଡିମ ବାରସର ଶ୍ରୀମତୀ ବବିତଲା ସରାଫ ମଞ୍ଚାସିନ ରହି ଏନ ଏସ ଏସ ସ୍ବେଛାସେବୀ ମାନଙ୍କୁ ସେମାନଙ୍କ ପୂର୍ବ ଅଭିଜ୍ଞତା ଏବଂ ଏନ.ଏସ.ଏସ ର ସମାଜ ପ୍ରତି ଦାୟିତ୍ୱ ଏବଂ ସେଥିରେ ଥିବା ସୁବିଧା ଉପରେ ବୁଝାଇଥିଲେ ।

ଏନ.ଏସ.ଏସ ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଅଶୋକ କୁମାର ସାହୁ ପ୍ରଥମେ ସ୍ୱାଗତ ଭାଷଣ ଦେଇଥିଲେ ଏବଂ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଶେଷରେ ଝିଅ ମାନଙ୍କ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କେ.କେ. ଜାନି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଶତାଧିକ ଏନ ଏସ ଏସ ର ସ୍ବେଛାସେବୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।