Friday, March 29, 2024

Top 5 This Week

Related Posts

ରାଜ୍ୟରେ ୪୭୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ : ୪୧୬ ଜଣ ଶିଶୁ ଓ କିଶୋର ସଂକ୍ରମିତ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୦୯/୦୧) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୭୫୫ ଜଣ ସଙ୍ଗରୋଧ କେନ୍ଦ୍ର ରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ରୁ ୧୯୫୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ୪୭୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ, ଏଥି ଭିତରେ ୧୮ ବର୍ଷରୁ କମ୍ ବୟସ୍କ ୪୧୬ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲା ରୁ ସର୍ବାଧିକ ୧୬୧୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ପ୍ରଥମ ଲହର ର ପିକ୍ ଅତିକ୍ରମ କରିଛି । ୨୦୨୦ ସେପ୍ଟେମ୍ବର ୨୫ ତାରିଖରେ ୪୩୫୬ ଥିଲା ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨୨ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୨୩ ଜଣ, ବରଗଡ଼ରୁ ୫୬ ଜଣ, ଭଦ୍ରକରୁ ୭ ଜଣ, ବଲାଙ୍ଗୀରୁ ୯୯ ଜଣ, ବୌଦ୍ଧରୁ ୬ ଜଣ, କଟକରୁ ୩୬୦ ଜଣ, ଦେବଗଡ଼ରୁ ୩୬ ଜଣ, ଢେଙ୍କାନାଳରୁ ୯ ଜଣ, ଗଞ୍ଜାମରୁ ୭୦ ଜଣ, ଗଜପତିରୁ ୩୨ ଜଣ, ଜଗତସିଂହପୁରରୁ ୬୩ ଜଣ, ଯାଜପୁରରୁ ୮୩ ଜଣ, ଝାରସୁଗୁଡ଼ାରୁ ୧୫୪ ଜଣ, କଳାହାଣ୍ଡିରୁ ୧୦ ଜଣ, କନ୍ଧମାଳରୁ ୧୦ ଜଣ, କେନ୍ଦ୍ରାପଡ଼ାରୁ ୧୦ ଜଣ, କେନ୍ଦୁଝରରୁ ୪୩ ଜଣ, ଖୋର୍ଦ୍ଧାରୁ ୧୬୧୯ ଜଣ, କୋରାପୁଟରୁ ୬୫ ଜଣ, ମାଲକାନଗିରିରୁ ୩ ଜଣ, ମୟୂରଭଞ୍ଜରୁ ୧୧୩ ଜଣ, ନବରଙ୍ଗପୁରରୁ ୩୭ ଜଣ, ନୟାଗଡ଼ରୁ ୩୪ ଜଣ, ନୂଆପଡ଼ାରୁ ୩୨ ଜଣ, ପୁରୀରୁ ୧୧୯ ଜଣ, ରାୟଗଡ଼ାରୁ ୩୧ ଜଣ, ସମ୍ୱଲପୁରରୁ ୪୩୭ ଜଣ, ସୋନପୁରରୁ ୪୬ ଜଣ, ସୁନ୍ଦରଗଡ଼ରୁ ୬୬୨ ଜଣ ଓ ଷ୍ଟେଟ ପୁଲରୁ ୩୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୭୦ ହଜାର ୮୬୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୦ ଲକ୍ଷ ୪୬ ହଜାର ୧୧୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୧୬ ହଜାର ୧୧୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଗତକାଲି ତୁଳନାରେ ଆଜି ଭାରତରେ ୧୨.୪୨% କୋଭିଡ ପଜିଟିଭ ବଢିଥିବା ବେଳେ ରାଜ୍ୟରେ ବଢ଼ିଛି ୨୮.୧୩% କେସ । କେବଳ ଜାନୁଆରି ମାସ ର ୮ ଦିନରେ ଚିହ୍ନଟ ହେଲେଣି ୧୬,୦୩୫ ସଂକ୍ରମିତ ଚିହ୍ନଟ । ଗତକାଲି ତୁଳନାରେ ୧୦୩୫ ମାମଲା ବୃଦ୍ଧି ହୋଇଛି ।

ସୂଚନାଯୋଗ୍ୟ, ଗତକାଲି ୩୬୭୯ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜାନୁୟାରୀ ୭ ତାରିଖରେ ୨୭୦୩ ଜଣ, ଜାନୁୟାରୀ ୬ ତାରିଖରେ ୧୮୯୭ ଜଣ, ଜାନୁୟାରୀ ୫ ରେ ୧୨୧୬, ଜାନୁୟାରୀ ୪ ରେ ୬୮୦, ଜାନୁୟାରୀ ୩ ରେ ୪୨୪, ଜାନୁୟାରୀ ୨ ରେ ୪୨୪, ଜାନୁୟାରୀ ୧ ରେ ୨୯୮, ଡିସେମ୍ବର ୩୧ ରେ ୨୨୮, ଡିସେମ୍ବର ୩୦ ରେ ୨୨୫, ଡିସେମ୍ବର ୨୯ ରେ ୨୨୧ ଓ ଡିସେମ୍ବର ୨୮ ରେ ୧୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଖୋର୍ଦ୍ଧା, କଟକ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥିତି ଉଦବେଗଜନକ ଥିବା ଜଣାଯାଇଛି ।

Popular Articles