ସମାଜସେବୀ ସଞ୍ଜୟ ସାହୁ ଙ୍କ ମା ସାବିତ୍ରୀ ଦେବୀଙ୍କ ୮୬ ବର୍ଷ ବୟସରେ ପରଲୋକ

0
202

ରିପୋର୍ଟ : ସୁନୀଲ ଆଚାର୍ଯ୍ୟ
ବଲାଙ୍ଗୀର,ଟିଟିଲାଗଡ,ତା(୨୪/୦୭) : ଟିଟିଲାଗଡ଼ ରଘୁନାଥ ପଡ଼ା ଅଶୋକ ଭବନରେ ବିଶିଷ୍ଟ ବ୍ୟବସାୟୀ, ଲାୟନ୍ସ କ୍ଲବର ପି.ଏମ.ସି.ସି. ସଦସ୍ୟ ତଥା ସମାଜସେବୀ ସଞ୍ଜୟ ସାହୁ ଙ୍କ ମାତା ସାବିତ୍ରୀ ସାହୁଙ୍କ ୮୬ ବର୍ଷ ବୟସରେ ପରଲୋକ ଘଟିଛି ।

ସମାଜସେବୀ ସଞ୍ଜୟ ସାହୁ ଙ୍କ ମା ଜଣେ ଧର୍ମ ପରାୟଣ ମହିଳା ଥିଲେ । କିଛି ଦିନ ହେବ ସାବିତ୍ରୀ ଦେବୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନ ଥିଲା, ଶୁକ୍ରବାର ସକାଳୁ ତାଙ୍କର ଦେହାନ୍ତ ହୋଇଛି । ତାଙ୍କର ମୃତ୍ୟୁ ସମୟରେ ବଡ଼ ପୁଅ ସଞ୍ଜୟ ସାହୁ, ମଝିଆ ପୁଅ ଉଦୟ ସାହୁ, ସାନ ପୁଅ ଅରବିନ୍ଦ ସାହୁ ଉପସ୍ଥିତ ଥିଲେ ।

ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ବାସଭବନରେ ଲାୟନସ କ୍କବର ସଦସ୍ୟ, ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଜମା ହୋଇଥିଲେ। ସ୍ଵର୍ଗ ରଥରେ ପାର୍ଥିବ ଶରୀରକୁ ହାଟପଦା ପଡ଼ା ମୁକ୍ତି ଧାମକୁ ଅଣା ଯାଇଥିଲା ।

ଏହି ଅନ୍ତିମ ସଂସ୍କାରରେ ସାହୁ ପରିବାରର ପ୍ରଭାସସାହୁ, ସୌରଭସାହୁ, ସୁମିତ ସାହୁ, ନାତି ଅକ୍ଷାରାଜ ସାହୁଙ୍କ ସମେତ ଲାୟନସ କ୍ଳବର୍ ୱାଇପିଗୋୟଲ, ସଜ୍ଜନ କମାନି, ଈଶ୍ୱର ଜୈନ, ମଦନ ପୃଷ୍ଟି, ସଞ୍ଜୟ କୁମାର ନାୟକ, ଶ୍ରୀକାନ୍ତ ଅଗ୍ରୱାଲ, ରାଧାକାନ୍ତ ବେହେରା, ଶମ୍ଭୁ ପ୍ରସାଦ ଗୋୟଲ, ସତ୍ୟନାରାୟଣ ଶର୍ମା, ଗୋପାଳ ଲାଠ, ରତ୍ନାକର ସାହୁ, ଭି.ଏସ. ରାଓ, ଡ ଘନଶ୍ୟାମ ଜୈନ, ଡ ଏଲ ଡି ଶର୍ମା, ଅସୀମ କୁଣ୍ଡୁ, ଦୀପକ୍ ପୃଷ୍ଟି ଉପସ୍ଥିତ ଥିବା ବେଳେ ସମାଜସେବୀ ରାଜୁ ମିଶ୍ର, ସନ୍ତୋଷ ପ୍ରଧାନ, ରୋଟାରୀ କ୍ଳବ ମୁଖ୍ୟ ହରିଶ୍ ରାୟଠଟା ଉପସ୍ଥିତ ଥିଲେ । ସାନ ପୁଅ ଅରବିନ୍ଦ ସାହୁ ମୁଖାଗ୍ନି ଦେଇଥିଲେ ।