କଲ୍ୟାଣସିଂହପୁର ବ୍ଲକ କ ଜୋନ୍ ପାଇଁ ନାମାଙ୍କନ କଲେ ସାମ୍ବାଦିକ ସନ୍ତୋଷ କୁମାର ବଚା

0
290
କଲ୍ୟାଣସିଂହପୁର ବ୍ଲକ କ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, ତା-(୨୧/୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କ ଜୋନ୍ ର ଜିଲ୍ଲା ପରିଷଦ ସ୍ଵାଧୀନ ପ୍ରାର୍ଥୀ ଜିଲ୍ଲା ପରିଷଦ ଭାବେ କଳାକାର ତଥା ସାମ୍ବାଦିକ ସନ୍ତୋଷ କୁମାର ବଛା ଔରଫ ସୁପ୍ରିତ ଦାଖଲ କରିଛନ୍ତି ।

କଲ୍ୟାଣସିଂହପୁର ବ୍ଲକ କ ଜୋନ୍ ରେ କଂଗ୍ରେସ, ବିଜେଡ଼ି, ବିଜେପି, ବିଏସପି ଦଳ ପକ୍ଷରୁ ନାମାଙ୍କନ ଦାଖଲ କରିଛନ୍ତି । ସନ୍ତୋଷ କୁମାର ବଛା ଏହି ଅଞ୍ଚଳରୁ ଅନେକ ଦିନରୁ ଆଦିବାସୀ ଭାଷା କଳା ସଂସୃତି ଉପରେ ଅନେକ କ୍ଷୁଦ୍ର ଚଳଚ୍ଚିତ୍ର ଓ ଆଲବମ ଗୀତ ରେ କଣ୍ଠ ଦାନ କରିବା ସହ ଅଭିନୟ କରିଛନ୍ତି । ଏକା ଧାରରେ ସେ ଗୀତିକାର ସଙ୍ଗୀତ ନିର୍ଦ୍ଦେଶକ ତଥା ନିର୍ଦ୍ଦେଶନା ଦାୟିତ୍ୱରେ ରହି ଆଧିବାସୀ ଅଧ୍ୟୁଷିତ ଅଞ୍ଚଳର ଅନେକ ଲୁକାୟତ୍ କଳା ପ୍ରତିଭାକୁ ଲୋକଲୋଚନ କରିବା ସହ ରାୟଗଡ଼ା ଜିଲ୍ଲାର ଅନେକ ପର୍ଯ୍ୟଟନ ସ୍ଥଳୀ କୁ ନେଇ ଡକୋମେଣ୍ଟରି ଭିଡ଼ିଓ କରି ବେଶ୍ ଚର୍ଚ୍ଚାରେ ରହିଛନ୍ତି ।

ତାସହ କିଛି ଦିନ ହେବ ସାମ୍ବାଦିକ ଭାବେ ମଧ୍ୟ କାର୍ଯ୍ୟ କରି ଆସୁଛନ୍ତି ବର୍ତ୍ତମାନ ସେ କଲ୍ୟାଣସିଂହପୁର କ ଜୋନ୍ ରେ ଜିଲ୍ଲା ପରିଷଦ ପ୍ରାର୍ଥୀ ପତ୍ର ନାମାଙ୍କନ କରିବା ପରେ ରାଜନୈତିକ ଫଳାଫଳ କୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ଲାଗି ରହିଛି । ଜଣାଶୁଣା କଳାକାର ଭାବେ ଅନେକ ଦିନର ସଂଘର୍ଷ କରି ସୂପ୍ରିତ ସ୍ଥାନୀୟ ଅଞ୍ଚଳରେ ବେଶ୍ ଲୋକପ୍ରିୟ ଅଛନ୍ତି ତାଙ୍କ ଦ୍ଵାରା ରାୟଗଡା ଜିଲ୍ଲାରେ ଆଦିବାସୀ ଭାଷା ରେ ନାଚ ଗୀତ ର ପ୍ରଚାର ପ୍ରସାର ହୋଇପାରିଛି ସେମିତି ତାଙ୍କ ସହଯୋଗରେ ଅନେକ ଆଞ୍ଚଳିକ କଳାକାର ତଥା ପଦ୍ମନ୍ ପାଣି, ଜଗଦାଶ ନାଚିକା, ମୁନା ହିମିରିକା, ସୁବାସ କୁନାକା ଏମିତି ଅନେକ କଳାକାର ଲୋକପ୍ରିୟ ହୋଇଛନ୍ତି ସେମିତି କୋରାପୁଟ ଜିଲ୍ଲା ବନ୍ଧୁଙ୍ଗା ବ୍ଲକ ଆଦିବାସୀ ଝିଅ ନମିତା ମେଲେକା ଙ୍କୁ ସେ ପ୍ରଥମେ ସୁଯୋଗ ଦେଇଥିଲେ ଯାହା ମା ମଝିଘରିଆଣୀ ଏଣ୍ଟରଟେନମେଣ୍ଟ ୟୁଟ୍ୟୁବ୍ ଚେନାଲ୍ ରେ ପ୍ରସାରିତ ହେବାପରେ ଓଲିଉଡ଼ ଜଗତର ଆଗଧାଡିର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଟକ କୁ ଡାକି ଏକ ଭୋଜନ ଗୀତ ରେକୋର୍ଡିଂ କରିଥିଲେ ବର୍ତ୍ତମାନ ଜଣାଶୁଣା କଳାକାର ଏବେ ରାଜନୀତିରେ ପାଦ ଦେଲା ପରେ ରାଜନୈତିକ ଭବିଶ୍ୱତ କଣ ହେବ ତାହା ଭୋଟ ପରେ ଦେଖିବାର ବାକି ରହିଲା ।