ଓମିକ୍ରନରୁ ବର୍ତ୍ତିବା ଲାଗି ଯଥେଷ୍ଟ ନୁହେଁ କପଡା ପ୍ରସ୍ତୁତ ମାସ୍କ, ଜାଣନ୍ତୁ କିପରି ରହିବେ ସୁରକ୍ଷିତ

0
141
ଓମିକ୍ରନରୁ ବର୍ତ୍ତିବା ଲାଗି

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୪/୦୧) : କରୋନା ଭାଇରସ ମହାମାରୀ ର ଓମିକ୍ରନ ଏକ ତୀବ୍ର ପ୍ରସାରୀ ଭୂତାଣୁ । ଯାହା ଖୁବ୍ ଶୀଘ୍ର ଜଣକ ଠାରୁ ଅନେକଙ୍କୁ ବ୍ୟାପି ଯାଉଛି । ଦେଶରେ ଓମିକ୍ରନ ର ଏବେ ସାମୂଦାୟୀକ ସଂକ୍ରମଣ ହେଲାଣି । ତେବେ କରୋନା ଭାଇରସ ଓମିକ୍ରନରୁ ବର୍ତ୍ତିବା ଲାଗି ଆମେ ବ୍ୟବହାର କରୁଥିବା ୧ ବା ୨ ଲେୟର ର କପଡା ମାସ୍କ ଯଥେଷ୍ଟ ହେଉ ନ ଥିବା ପ୍ରଥମ ଥର ଜଣାପଡିଛି ।

ଯଦିଓ ଏହା ଭୂତାଣୁ ପ୍ରତିରୋଧୀ ତେବେ ବେଶି ସମୟ ପର୍ଯ୍ୟନ୍ତ ନୁହେଁ ବୋଲି ଏବେ ବୈଜ୍ଞାନିକ କହିଲେଣି । କରୋନା ଭାଇରସ ମୁକାବିଲାରେ ସୋସିଆଲ ଡିଷ୍ଟାନସିଂ ସହ ମାସ୍କ ଏକ ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ଆୟୁଧ । ତେବେ କରୋନା ର ନୂଆ ଭାରିଏଣ୍ଟ ଓମିକ୍ରନ କୁ କପଡା ମାସ୍କ ପ୍ରତିରୋଧ କରିପାରୁନି । ତେବେ ଓମିକ୍ରନରୁ ବର୍ତ୍ତିବା ଲାଗି ଏକ ଭଲ ମାସ୍କ ପିନ୍ଧିବା ଜରୁରୀ । ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ଲାଗି ପ୍ରାୟ ଲୋକ କପଡା ପ୍ରସ୍ତୁତ ମାସ୍କ ପିନ୍ଧୁଛନ୍ତି । ତେବେ ଏଥିରେ ଆପଣଙ୍କୁ ଏନ-୯୫ ଅଥବା କେଏନ-୯୫ ମାସ୍କ ସୁରକ୍ଷିତ ରଖିପାରିବ ବୋଲି ବୈଜ୍ଞାନିକ କହିଛନ୍ତି ।

ଏଥିରେ ସର୍ଜିକାଲ ମାସ୍କ ମଧ୍ୟ ପ୍ରଭାବୀ ହେଉଥିବା ଦେଖା ଯାଇଛି । ତେବେ ଆପଣଙ୍କୁ ଏପରି ମାସ୍କରୁ ଦୁଇଟି ଲଗାଇବାକୁ ପଡିବ । ନଚେତ ଯଦି ଆପଣ କପଡା ମାସ୍କ ପିନ୍ଧୁଛନ୍ତି ତେବେ ୩ ଲେୟାର ସିଲେଇ ହୋଇଥିବା ମାସ୍କ ପିନ୍ଧନ୍ତୁ । ଏହା ଆପଣଙ୍କୁ କେବଳ କୋଭିଡ କି ଓମିକ୍ରନ ନୁହେଁ ସବୁ ପ୍ରକାରର ଭୂତାଣୁ ସଂକ୍ରମଣରୁ ସୁରକ୍ଷା ଦେଇପାରିବ । ଓମିକ୍ରନରୁ ବର୍ତ୍ତିବା ଲାଗି କେବଳ ମାସ୍କ ନୁହେଁ ଆଉ କିଛି ସତର୍କତା ମଧ୍ୟ ଅବଲମ୍ବନ କରନ୍ତୁ । ଏହି ସବୁ ସତର୍କତା ନିହାତି ବାହାରେ କୌଣସି କାମ ନଥିଲେ ଘରୁ ବାହାରନ୍ତୁ ନାହିଁ ।

ଏହା ଛଡା ସାଙ୍ଗରେ ସାନିଟାଇଜର ରଖନ୍ତୁ ଓ ବାରମ୍ବାର ହାତକୁ ସାନିଟାଇଜ କରନ୍ତୁ । ବିନା କାରଣରେ ହାତ ମୁହଁରେ ମାରନ୍ତୁନି । ଖାଇବା ପୂର୍ବରୁ ହାତକୁ ଭଲକରି ସାବୁନରେ ଧୋଇ ଖାଦ୍ୟ ଖାଆନ୍ତୁ । ଯଦି ବିନା ସାନିଟାଇଜରେ ବାରମ୍ବାର ହାତରେ ମୁହଁ, ନାକ ଓ ଆଖିକୁ ଛୁଉଁ ଥାନ୍ତି ତେବେ ଆପଣଙ୍କ ସଂକ୍ରମଣର ସମ୍ଭାବନା ଅଧିକ ।