ସାମ୍ନାକୁ ଆସିଲା ଓମିକ୍ରନ ଭାରିଆଣ୍ଟ ର ନୂଆ ଲକ୍ଷଣ : କାନ ଉପରେ ପକାଇପାରେ ପ୍ରଭାବ

0
140
ସାମ୍ନାକୁ ଆସିଲା ଓମିକ୍ରନ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୪/୦୧) : କରୋନା ର ଓମିକ୍ରନ୍ ଏବଂ ଡେଲଟା ପ୍ରଜାତି ଯୋଗୁଁ ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଓମିକ୍ରନ ଭାରିଆଣ୍ଟ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଥିବା ବେଳେ ଟିକାକୁ ପ୍ରଭାବଶୂନ୍ୟ କରୁଥିବା କୁହାଯାଉଛି । ତେବେ ଏହାରି ଭିତରେ ସାମ୍ନାକୁ ଆସିଲା ଓମିକ୍ରନ ଭାରିଆଣ୍ଟ ର ନୂଆ ଲକ୍ଷଣ ।

ଷ୍ଟାନଫର୍ଡ ୟୁନିଭରସର୍ଟି ଏକ ବଡ ଦାବି କରିଛି । ଓମିକ୍ରନ ଭାରିଆଣ୍ଟ ଶରୀରର ବିଭିନ୍ନ ଅଙ୍ଗ ଉପରେ ପ୍ରଭାବ ପକାଇଥାଏ । ଆଖିଠାରୁ ଆରମ୍ଭ କରି ହୃତପିଣ୍ଡ ଏବଂ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ଏହାରି ଭିତରେ ସାମ୍ନାକୁ ଆସିଲା ଓମିକ୍ରନ ଭାରିଆଣ୍ଟ ର ନୂଆ ଲକ୍ଷଣ ଯାହା ମଣିଷ ର କାନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ବୋଲି ଷ୍ଟାନଫର୍ଡ ୟୁନିଭର୍ସିଟି ବୈଜ୍ଞାନିକ ଦାବି କରିଛନ୍ତି ।

ଷ୍ଟାନଫର୍ଡ ୟୁନିଭର୍ସିଟି ବୈଜ୍ଞାନିକମାନେ କରୋନାରେ ସଂକ୍ରମିତ ବ୍ୟକ୍ତିଙ୍କ କାନର ଆଭ୍ୟନ୍ତରୀଣ ସିଷ୍ଟମ ଉପରେ ଅଧ୍ୟୟନ କରିଥିଲେ । ଏହାପରେ ଜାଣିବାକୁ ପାଇଥିଲେ, ବ୍ୟକ୍ତି ଜଣଙ୍କ କାନରେ ଯନ୍ତ୍ରଣା ଅନୁଭବ କରୁଛନ୍ତି । କାନ କୁଣ୍ଡାଇ ହେବା, ହ୍ୱିସିଲ ପରି ଶବ୍ଦ ଶୁଣାଯିବା କରୋନା ର ନୂଆ ଲକ୍ଷଣ ହୋଇପାରେ ।

ଏହିପରି ଲକ୍ଷଣ ଦେଖା ଦେଲେ ଜଣେ ବ୍ୟକ୍ତି ନିଜର କରୋନା ପରୀକ୍ଷା କରାଇନେବା ଜରୁରୀ ବୋଲି ବିଶେଷଜ୍ଞ କହିଛନ୍ତି । ତେବେ ଚିନ୍ତା ର ବିଷୟ, ସମ୍ପୂର୍ଣ୍ଣ ଟିକାକରଣ ହୋଇଥିବା ବ୍ୟକ୍ତିଙ୍କ ନିକଟରେ ଏହି ଲକ୍ଷଣ ଦେଖାଯାଉଥିବା ଜଣାପଡିଛି ।