ସାଧାରଣତନ୍ତ୍ର ଦିବସ ଅବସରରେ କୋଭିଡ ସମୟରେ ନିଜ ଅବଦାନ ପାଇଁ ସମ୍ମାନିତ ସହ ମାନପତ୍ର ପ୍ରଦାନ

0
139
ସାଧାରଣତନ୍ତ୍ର ଦିବସ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, ତା(୨୭/୦୧) : ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ବାଳକ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି ।

କରୋନା କଟକଣା ଅନୁଯାୟୀ ପାଳିତ ହୋଇଥିବା ଏହି ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପୋଲିସ ଅଭିବାଦନ ଗ୍ରହଣ କରିବା ପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ମହାମାରୀ କରୋନା ସମୟରେ ଟିଟିଲାଗଡ଼ ସହରରେ ଉଲ୍ଲେଖନିୟ ସେବା ତଥା କାର୍ଯ୍ୟ କରିଥିବା କରୋନା ଯୋଦ୍ଧା ମାନଙ୍କୁ ମାନ ପତ୍ର ଦେଇ ସମ୍ମାନିତ କରାଯାଇଥିଲା । ପୋଲିସ ବିଭାଗ ର ଏସ ଡି ପି ଓ ସୁରେନ୍ଦ୍ର ନାଥ ଶତପଥୀ, ଏସ ଆଇ ନରେନ୍ଦ୍ର ଛତର, ଏସ ଆଇ ଦେବାଶିଷ ଶତପଥୀ, ଏ ଏସ ଆଇ କାର୍ତ୍ତିକ ପ୍ରଧାନ, ସୁବାସ ସାହୁ, କପୂର୍ଚନ ପ୍ରଧାନ ଏବଂ ଥାନା ର ହିନାର୍ବଲବ୍ଦିଆ, ଏସ ଡି ପି ଓ ଅଫିସର ଦିଲୀପ ମହାରଣା, ଟିକୁ କିର୍ଷାନି (ଓପିଏଫ), ପ୍ଲାଟୁନ କମାଣ୍ଡର ଗୁଲାମ ସାହୁ, ହୋମ ଗାର୍ଡ ବରୁଣ କୁମାର ସାହୁ, ଆହାଲାଦ ପଧାନ ସମ୍ମାନିତ ହୋଇଥିଲେ ।

ମେଡିକାଲ ବିଭାଗ ର ଡାକ୍ତର ରଞ୍ଜିତ ରାଉତ, ଲେବୋରଟରି ଟେକ୍ନିସିଆନ ଟିଟୁ ପ୍ରସାଦ ବାଗ, ଷ୍ଟାଫ ନର୍ସ ଅନିତା ଟେଟେ, ସୁକନ୍ୟା ଅର୍ଚ୍ଚନା ସାହୁ, ନମିତା ବିଶ୍ଵାଳ, ସିକ୍ୟୁରିଟୀ ଦୀନବନ୍ଧୁ ବାଗ, ହାଉସ କିପିଂ ଶରତ କୁମ୍ଭାର, ବି ଏମଡବଲୁ ସୁପର ଭାଇଜର ମିତ୍ରଭାନୁ ସାହୁ, ଫାର୍ମାସିଷ୍ଟ ଦୀପକ ନନ୍ଦ, ଆଶା ହିରନ କୁମ୍ଭାର, ଶେଷଦେବ ବାଇ, ଟିକେରାମ ବାଗ, ହେଲ୍ପ ଡେସ୍କ ଭୋଲୁନଟିଅର ବିମଳ ହାତୀ ଏବଂ ପୌର ପରିଷଦ ର ୱାର୍ଡ ଅଫିସର ରାନା ପ୍ରତାପ ଛତ୍ରିଆ, ଜୟନ୍ତ ଜାଲ, କଲ୍ୟାଣୀ ସାହୁ, ପିଣ୍ଟୁ ଭର।ସାଗର, ସ୍ୱଚ୍ଛ ସୁପର ଭାଇଯାର ସ୍ମିତା ଦାସ, ସଙ୍ଗୀତା ଷଡ଼ଙ୍ଗୀ, ସ୍ୱଚ୍ଛ ସାଥି ସଂଧ୍ୟା ସାହୁ, ସବିତା ରଥ, ପାର୍କ ମାଳି ସୁନୀଲ ସେଠ, ସ୍ଵିପ୍ରେସ ପଙ୍କଜିନି ଚୌଧୁରୀ, ଗୋଲାପି ଭରାସାଗର, ସ୍ଵିପର ଭୀମ ସୁନା, ରୁପେଶ ଡୁଙ୍ଗୁରିଙ୍କୁ ଉପଜିଲ୍ଲାପାଳ ସମ୍ମାନିତ କରିଥିଲେ ।