ସି ଏଚ୍ ଲକ୍ଷ୍ମୀପୁର ରେ ବାଲ୍ୟ ବିବାହ ରୋକିବାରେ ପ୍ରଶାସନ ସଫଳ

0
218
ସି ଏଚ୍ ଲକ୍ଷ୍ମୀପୁର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୦୧) : ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ର ଶିଧମଦଙ୍ଗ ପଞ୍ଚାୟତ ଅନ୍ତର୍ଗତ ସି ଏଚ୍ ଲକ୍ଷ୍ମୀପୁର ରେ ହେବାକୁ ଥିବା ଏକ ବାଲ୍ୟ ବିବାହ କୁ ପ୍ରଶାସନ ରୋକିଦେଇ ପାରିଛି ।

ପ୍ରାପ୍ତ ସୂଚନା ଅନୁଯାଇ ଉକ୍ତ ସି ଏଚ୍ ଲକ୍ଷ୍ମୀପୁର ଗ୍ରାମ ରେ ଏକ ବାଲ୍ୟ ବିବାହ ହେବାକୁ ଯାଉ ଥିଲା ଏହି ଖବର ପାଇ ବାଲ୍ୟ ବିବାହ ନିରାକରଣ ଅଧିକାରୀ ତଥା କାଶୀନଗର ସିଡି ପି ଓ ଶ୍ରୀମତୀ କନକ ଲତା ପୂଜାରୀ ଜାଣିପାରି ଜିଲ୍ଲା ଟାସ୍କ ଫୋର୍ସ କୁ ଜଣାଇଥିଲେ । ଶିଶୁ ସୁରକ୍ଷା ସେଲ ର ପରାମର୍ଶ ଦାତା ଡି. ମଲ୍ଲିକ, ସଖୀ ୱାନ ଷ୍ଟପ, ଏକ୍ସନ ଏଡ୍ ର କର୍ମକର୍ତ୍ତା ପହଞ୍ଚି ସମ୍ପୁକ୍ତ ପରିବାର କୁ ବୁଝାଇ ଥିଲେ ।ପରେ ସେହି ପରିବାର ର ପିତା ମାତା ଙ୍କ ପାଖରୁ ଝିଅ କୁ ପ୍ରାପ୍ତ ବୟସ ନ ହେବା ଯାଏଁ ବିବାହ କରିବେ ନାହିଁ ବୋଲି ଘୋଷଣା ପତ୍ର ଆଣି ଥିଲେ । ଯାହା ଫଳରେ ଜଣେ ନାବାଳିକା କୁ ସୁରକ୍ଷା ଦିଆଯାଇ ପାରିଛି ।