ତିଲେଶ୍ୱର ରବିବାର ସାପ୍ତାହିକ ହାଟ ବନ୍ଦ

0
164
ତିଲେଶ୍ୱର

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୩୦/୦୧) : ଆଜି ବହୁ ପୁରାତନ ତିଲେଶ୍ୱର ରବିବାର ସାପ୍ତାହିକ ହାଟ ବନ୍ଦ କରା ଯାଇଥିବାର ଜଣା ପଡିଛି | ଖବର ଅନୁଯାଇ କରୋନା -୧୯ ର ପ୍ରଭାବରେ ବନ୍ଦ ଥିବା ହରଭଙ୍ଗା ବ୍ଲକ ର ସାପ୍ତାହିକ ରବିବାର ହାଟ ବନ୍ଦ ଥିଲା |f84cde31 0ce2 4f79 8218 33c1b049f79f ତିଲେଶ୍ୱର ରବିବାର ସାପ୍ତାହିକ ହାଟ ବନ୍ଦ

କରୋନା କଟକଣା କିଛି ମାତ୍ରା ରେ କୋହଳ ହେବା ରୁ ଏଇ ଦୁଇ ମାସ ପୂର୍ବରୁ ପୁଣି ତିଲେଶ୍ୱର ରବିବାର ସାପ୍ତାହିକ ହାଟ ଆରମ୍ଭ ହୋଇଥିଲା | କିନ୍ତୁ ହାଠାତ ଆଜି ପୋଲିସ ଦ୍ୱାରା ଏହି ରବିବାର ସାପ୍ତାହିକ ହାଟ ବନ୍ଦ କରାଯାଇଛି | ବହୁ ଦୂର ଦୂରାନ୍ତ ରୁ ଆସିଥିବା ବେପାରୀ ଓ ଗ୍ରାହକ ଏହି ରବିବାର ସାପ୍ତାହିକ ହାଟ ବନ୍ଦ ହେବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି | ଆଗାମୀ ଦିନରେ ଏହି ରବିବାର ସାପ୍ତାହିକ ହାଟ ବନ୍ଦ ହେବ ନା ଖୋଲିବ ତାହା ଜଣାପଡ଼ି ନାହିଁ |