୯ନଂ ଜୋନ୍‌ ବିଜେଡି କର୍ମୀଙ୍କ ସମ୍ମିଳନୀ ଅନୁଷ୍ଠିତ

0
216
୯ନଂ ଜୋନ୍‌

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୩୦/୦୧) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ୯ନଂ ଜୋନ୍‌ ଜିଲ୍ଲା ପରିଷଦ ର ଆଜି ବୁଲୁରା, ଅଡ଼େନିଗଡ, କୁଶଙ୍ଗ, ମହାଲ୍ଲିକପଡା ଠାରେ ବିଜୁ ଜନତା ଦଳ (ବି ଜେ ଡି) କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି ।

ଏହି ବୈଠକରେ ୯ନଂ ଜୋନ୍‌ ବିଜୁ ଜନତା ଦଳ (ବି ଜେ ଡି) ଜିଲ୍ଲା ପରିଷଦ ପ୍ରାର୍ଥୀନୀ ପ୍ରଭାସିନୀ ଦାସ ଉପସ୍ଥିତ ରହି ଆଗାମୀ ପଞ୍ଚାୟତ ନିର୍ବାଚନରେ ନିଜ ଦଳୀୟ ପ୍ରତିଦ୍ୱନ୍ଦୀ ମାନଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ କର୍ମୀ ମାନେ ଅନୁରୋଧ କରିଥିଲେ । ଉକ୍ତ ବୈଠକ ରେ ବୌଦ୍ଧ ଜିଲ୍ଲା ବିଜୁ ଜନତା ଦଳ (ବି ଜେ ଡି) ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଂଜନ ନାୟକ, କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନଙ୍କ ସହିତ ପର୍ଯ୍ୟବେକ୍ଷକ ନିତ୍ୟାନନ୍ଦ ଭୋଇ ଓ ବହୁ ବି ଜେ ଡି ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।