ପୋଲିସ ଜିପ ଧକ୍କା ରେ ଶୋଚନୀୟ ମୃତ୍ୟୁ ନେଇ ପରିବାର ଓ ସାଧାରଣ ଲୋକ ଙ୍କ ରାସ୍ତା ଅବରୋଧ

0
192
ପୋଲିସ ଜିପ ଧକ୍କା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ସଇଁତଲା, ତା(୩୧/୦୧) : ବଲାଙ୍ଗୀର ଜିଲ୍ଲା ବଡ଼ମାଲ ଗୋଳା ବାରୁଦ କାରଖାନା ରୁ ଗତ ୩୦ ସଇଁତଲାତାରିଖରେ ରମେଶ ନାଗ ନାମକ ଜଣେ ବ୍ୟକ୍ତି ତାଙ୍କ ବାଇକ ରେ ଯାଉଥିବା ବେଳେ ଗୋଲଭାଡ଼ି ଛକ ନିକଟରେ ଏକ ପୋଲିସ ଜିପ ଧକ୍କା ରେ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ର ଶିକାର ହୋଇଥିବା ଜଣାପଡିଛି ।

ପୋଲିସ ଜିପ ଧକ୍କା ରେ ଶୋଚନୀୟ ମୃତ୍ୟୁ ନେଇ ମୃତକ ଙ୍କ ପରିବାର ଲୋକେ ଉକ୍ତ ଶବ କୁ ଆଜି ୨୬ ନମ୍ବର ଜାତୀୟ ରାଜପଥ ରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି । ସୂଚନା ଅନୁଯାୟୀ ସଇଁତଲା ଥାନା ନିକଟରେ ଉକ୍ତ ଶବ ରଖି ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ସହ କ୍ଷତିପୂରଣ ଦାବି କରିଛନ୍ତି । ଫଳରେ ଏହି ରାଜପଥ ଉଭୟ ପଟେ ଶହ ଶହ ବାହାନ ସହ ବସ ମନ୍ଧ୍ୟ ଅଟକ ରଖିଥିବା ବେଳେ ସଇଁତଲା ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ବୁଝା ସୁଝା କରୁଥିବା ବେଳେ ଅବରୋଧ କାରୀ ନିଜ ଜିଦରେ ଅଟକ ରଖିଥିବା ଜଣାଯାଇଛି ।