ପାଣି ମଟର ସଜାଡୁଥିବା ବେଳେ ବିଦ୍ୟୁତ ଆଘାତରେ ଯୁବକର ଶୋଚନୀୟ ମୃତ୍ୟୁ

0
271

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,ବୌଦ୍ଧ,(୨୬/୦୭) : ଆଜି ଅପରାହ୍ନ ସମୟରେ ନିଜ କୂଅରେ ଲାଗିଥିବା ବିଦ୍ୟୁତ ପାଣି ମଟର ସଜାଡୁଥିବାବେଳେ ଜଣେ ଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି |

ସୂଚନା ନୁଯାଇ ହରଭଙ୍ଗା ବ୍ଲକ ବୌଦ୍ଧ ଥାନା ଅନ୍ତର୍ଗତ ସରସରା ପଂଚାୟତ କଟାତଲ ଗ୍ରାମର ପ୍ରବୀଣ ପ୍ରଧାନ (୨୫)ନାମକ ଯୁବକ ନିଜ ଘର କୂଅରେ ଲାଗିଥିବା ପାଣି ମଟର ସଜାଡୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଥିଲେ |

ପରିବାର ଲୋକେ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଡାକ୍ତର ଖାନାକୁ ଆଣିଥିଲେ | ହେଲେ ଡାକ୍ତର ଖାନରେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ |