ପୂର୍ବତନ ଲୋକସଭା ସଦସ୍ୟ ଖାରବେଳ ସ୍ୱାଇଁଙ୍କ ଦୁଇ ଦିନିଆଁ ବୌଦ୍ଧ ଗସ୍ତ

0
241
ପୂର୍ବତନ ଲୋକସଭା ସଦସ୍ୟ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୦୩/୦୨) : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଲୋକସଭା ସଦସ୍ୟ ମହାମେଘବାହନ ଐର ଖାରବେଳ ସ୍ୱାଇଁ ବୌଦ୍ଧ ଜିଲ୍ଲା କୁ ଦୁଇ ଦିନିଆଁ ଗସ୍ତରେ ଆସି ବିଭିନ୍ନ ଜିଲ୍ଲା ପରିଷଦ ଜୋନ ଗସ୍ତ କରି ମୋଦିଙ୍କ ସୁଶାସନ ପ୍ରଚାର ସହିତ ବିଭିନ୍ନ ଗ୍ରାମକୁ ଯାଇ ଭୋଟର ମାନଙ୍କୁ ବିଜେପି ପ୍ରାର୍ଥୀ ଙ୍କୁ ଆଗାମୀ ପଂଚାୟତ ନିର୍ବାଚନ ରେ ସଫଳତା ଆଣିବା ପାଇଁ ଓ଼ ଭୋଟ ଦେବାପାଇଁ ଅନୁରୋଧ କରିଥିଲେ |

ସୂଚନା ଅନୁଯାଇ ୦୬ ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସନ୍ତୋଷିନୀ ମହାକୁଡ଼, ୦୫ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଦୀପିକା ନାଏକ ଓ଼ ୦୨ ନଂ ଜିଲ୍ଲା ପରିଷଦ ପଦ୍ମାଳୟା ପ୍ରଧାନଙ୍କ ପାଇଁ ପୂର୍ବତନ ଲୋକସଭା ସଦସ୍ୟ ଖାରବେଳ ସ୍ୱାଇଁ ବିଭିନ୍ନ ଘର ଘର ଯାଇ ପ୍ରଚାର କରିଥିଲେ | ଏହି ପ୍ରଚାର କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ମାଗୁଣି ଗାଈଗୌରିଆ, କନ୍ନେଇ ଚରଣ ଡାଙ୍ଗ, ତ୍ରିପୁରାରୀ ବେହେରା, ଅଟଳ କୁମାର ପ୍ରଧାନ, ଯୀଶୁ ପ୍ରଧାନ, ଅନିଲ ପ୍ରଧାନ, ନବୀନ ହୋତା,ଆଦି ବହୁ ବିଜେପି କର୍ମି ଉପସ୍ଥିତ ରହିଥିଲେ |