ବୌଦ୍ଧ ତହସିଲ ର ନୂତନ କାର୍ଯ୍ୟାଳୟ ପାଇଁ ସ୍ଥାନ ଚିହ୍ନଟ

0
276
ବୌଦ୍ଧ ତହସିଲ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୭/୧) : ଦିର୍ଘ ଦିନ ର ପ୍ରତୀକ୍ଷା ପରେ ବୌଦ୍ଧ ତହସିଲ ର ନୂତନ କାର୍ଯ୍ୟାଳୟ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି ।WhatsApp Image 2022 01 27 at 8.17.49 PM ବୌଦ୍ଧ ତହସିଲ ର ନୂତନ କାର୍ଯ୍ୟାଳୟ ପାଇଁ ସ୍ଥାନ ଚିହ୍ନଟ

ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ର କାର୍ଯ୍ୟାଳୟ ସ୍ଥାପନ ପାଇଁ ସ୍ଥାନ ଯୋଗାଇ ଦେଉଥିବା ବୌଦ୍ଧ ତହସିଲ କାର୍ଯ୍ୟାଳୟରେ ସ୍ଥାନାଭାବ ଦେଖାଯିବା ସହିତ ବିକ୍ଷିପ୍ତ ଭାବରେ ସମସ୍ତ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଫଳରେ ତହସିଲର କାର୍ଯ୍ୟାଳୟ କୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକମାନେ ମଧ୍ୟ ହଇରାଣ ହେବାକୁ ପଡୁଅଛି । ଗୋଟିଏ ପଟେ ବର୍ତମାନ ତହସିଲର କାର୍ଯ୍ୟାଳୟ ଜିଲ୍ଲା ସଂଗ୍ରହାଳୟ ନିକଟରେ କାର୍ଯ୍ୟ କରୁଥିବା ବେଳେ ସଂଗ୍ରହାଳୟ ସମ୍ପ୍ରସାରଣ ପାଇଁ ମଧ୍ୟ ଅଧିକ ସ୍ଥାନ ର ଆବଶ୍ୟକତା ରହିଥିଲା ।

ତେଣୁ ନୂତନ ସ୍ଥାନକୁ ତହସିଲର କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇଗଲେ ସଂଗ୍ରହାଳୟ ପରିସରକୁ ମଧ୍ୟ ନୂତନ ରୂପ ଦିଆଯାଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ତେଣୁ ଯୁବ ଓ ଦକ୍ଷ ତହସିଲଦା ର ଅବିନାଶ ପାଣ୍ଡିଆ ଦାୟିତ୍ୱ ଗ୍ରହଣ କରିବାପରେ ନୂତନ ତହସିଲ କାର୍ଯ୍ୟାଳୟ ପାଇଁ ମାଉସୀ ମାଁ ମନ୍ଦିର ନିକଟରେ ସ୍ଥାନ ଚିହ୍ନଟ କରାଯାଇଛି । ପ୍ରସ୍ତାବିତ ନୂତନ କାର୍ଯ୍ୟାଳୟ କୁ ନେଇ କର୍ମଚାରୀ ମହଲରେ ମଧ୍ୟ ଉତ୍ସାହ ଦେଖାଯାଇଛି ।