ମେଡ଼ିକାଲ ଛକ ରୁ ବୁଲେଟ ଚୋରି ଅଭିଯୋଗ

0
287
ମେଡ଼ିକାଲ ଛକ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୪/୦୨) : ଗତକାଲି ରାତ୍ରି ରେ କାଶୀନଗର ବ୍ଲକ ଅନ୍ତର୍ଗତ କାଶୀନଗର ସହର ର ମେଡ଼ିକାଲ ଛକ ରୁ ଗୋଟିଏ ବୁଲେଟ ଚୋରି ହୋଇଥିବା ଅଭିଯୋଗ ହୋଇଛି |

ପ୍ରକାଶ ଥାଉ କି ଗତକାଲି ରାତିରେ କାଶୀନଗର ସହର ର ସତ୍ୟ ନାରାୟନ ପ୍ରଧାନ ନାମକ ଜଣେ ବ୍ୟକ୍ତି ତାଙ୍କ ନିଜ ଭାଇ ସୌମ୍ୟ ରଞ୍ଜନଙ୍କ ଏନ୍ ଫିଲ୍ଡ ବୁଲେଟ ନ OD 07 AF 4342 ଗାଡ଼ିଟି ମେଡ଼ିକାଲ ଛକ ମାର୍କେଟ କମ୍ପଲେକ୍ସ ପାଖରେ ରଖିଥିଲେ । ଏହି ସମୟ ରେ ସୁଯୋଗ ପାଇ କୌଣସି ଦୂର୍ବୁତ ଏହି ଗାଡ଼ିଟିକୁ ଚୋରି କରି ନେଇଥିବା ନେଇ ପୋଲିସ ଥାନାରେ ଅଭିଯୋଗ ହୋଇଛି । କାଶୀନଗର ପୋଲିସ ଏତଲା ଗ୍ରହଣ କରି ତଦନ୍ତ କରୁଥିବା ପ୍ରକାଶ । ସୌମ୍ୟ ରଞ୍ଜନ ଭାରତୀୟ ସେନାରେ କାର୍ଯ୍ୟ କରୁଥିବାର ଜଣା ପଡ଼ିଛି , ସେ ଏହି ବାଇକ୍ କିଣି ନିଜ ଭାଇଙ୍କ ପାଖରେ ରଖିଥିଲେ ।