ବିଜେପି ପକ୍ଷରୁ ମିଶ୍ରଣ ପର୍ବ ରେ ୨୦୦ ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ବିଜେପିରେ ମିଶିଲେ

0
430
ବିଜେପି ପକ୍ଷରୁ ମିଶ୍ରଣ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୫/୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତ ର ଧାମଲିମା ଆମ୍ବତୋଟା ଠାରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।52fab79d 5a34 404d 81d0 e1b67af7b9ba ବିଜେପି ପକ୍ଷରୁ ମିଶ୍ରଣ ପର୍ବ ରେ ୨୦୦ ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ବିଜେପିରେ ମିଶିଲେ

ବିଜେପି ପକ୍ଷରୁ ମିଶ୍ରଣ ପର୍ବ ରେ ୨୦୦ ରୁ ଊର୍ଦ୍ଧ୍ୱ ବିଜେଡ଼ି କର୍ମୀ ମହିଳା ଓ ପୁରୁଷ ବିଜେପି ରେ ମିଶି ଥିବା ମଣ୍ଡଳ ସଭାପତି ମୋନଜ କୁମାର ସେଠୀ କହିଥିବା ବେଳେ ମଣ୍ଡଳର ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟେଲ, ମଣ୍ଡଳ ଯୁବ ମୋର୍ଚ୍ଚା ର ସଭାପତି ଦିଲ୍ଲୀପ ମିଣିଆକା, ଆଦିବାସୀ ଯୁବ ମୋର୍ଚ୍ଚାର ସଭାପତି ଯମୁନା ମିଣିଆକା, ମହିଳା ମୋର୍ଚ୍ଚା ସଭାପତି ପ୍ରମିଳା ନାୟକ, ବିଜେପି ସମର୍ଥତ ସରପଞ୍ଚ ପ୍ରାର୍ଥୀ ଲକି କଞ୍ଜ।କା, ନିର୍ଦ୍ୱନ୍ଦରେ ନିର୍ବାଚିତ ୱାର୍ଡ ସଭ୍ୟ, ବରିଷ୍ଠ କର୍ମୀ ମହେଶ୍ୱର ରାଉତ ଙ୍କ ଉପସ୍ଥିତରେ ୪ଟି ଗାଁ କୃଷ୍ଟନଗର, ଲଷ୍ମୀନଗର, କାଣିପାଇ, ସିକରପାଇ ର ହରିଜନ ସାହିର ଗାଁର ପ୍ରାୟ ଦୁଇ ଶହ ଲୋକ ବିଜେପିରେ ଯୋଗ ଦେଇଥିଲେ ।

ନରେନ୍ଦ୍ର ମୋଦି ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ କଂଗ୍ରେସ ଓ ବିଜେଡି ଦଳର କର୍ମୀ ମାନେ ବିଜେପି ରେ ମିଶି ଥିଲେ । ୨୦ ବର୍ଷ ବିଜେଡି ରେ ରହି କୌଣସି ସୁବିଧା ସୁଯୋଗ ନ ମିଳିବାରୁ ଆଜି ବିଜେଡି ଛାଡି ବିଜେପି ରେ ମିଶିଥିବା ଜଣାପଡିଛି ।