ରାଜ୍ୟରେ ଖୁବଶୀଘ୍ର ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର

0
121
ରାଜ୍ୟରେ ଖୁବଶୀଘ୍ର

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୩/୦୨) : ରାଜ୍ୟରେ ଖୁବଶୀଘ୍ର ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର l କରୋନା ସଂକ୍ରମଣ ହ୍ରାସ ପାଇବା ପରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ଖୋଲିବାକୁ ପ୍ରସ୍ତୁତ ହେଲେଣି ।

ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଚିଠି ପଠାଯାଇଛି । ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ଦାୟିତ୍ୱବାନ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଇ ଫେବ୍ରୁଆରୀ ୧୬ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ରାଜ୍ୟ ସରକାର ରାଜ୍ୟରେ ଖୁବଶୀଘ୍ର ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ଖୋଲିବାକୁ ଯୋଜନା କରୁଛନ୍ତି ।

ତେବେ ଦୁଇ ବର୍ଷ ହେଲା ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ବନ୍ଦ ପଡ଼ିଥିବାରୁ କୋଠା ଗୁଡ଼ିକୁ ଯାଞ୍ଚ କରିବାର ଆବଶ୍ୟକତା ରହି ଛି। ସେହିପରି କେନ୍ଦ୍ର ଗୁଡ଼ିକରେ ଥିବା ଅନ୍ୟାନ୍ୟ ସରଞ୍ଜାମ ଗୁଡ଼ିକକୁ ମଧ୍ୟ ଯାଞ୍ଚ କରିବାର ଆବଶ୍ୟକତା ରହିଛି । ଗତ ୭ ତାରିଖରେ ରାଜ୍ୟରେ ଅଷ୍ଟମରୁ ତଦୁର୍ଦ୍ଧ ଶ୍ରେଣୀ ସବୁ ଖୋଲି ଯାଇଛି । ସବୁ କଲେଜ ଓ ବିଶ୍ୱ ବିଦ୍ୟାଳୟ ବି ଖୋଲିଯାଇଛି ।

ଫେବ୍ରୁଆରୀ ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଥିବା ସ୍କୁଲ୍‌କୁ ମଧ୍ୟ ପିଲାଏ ପାଠ ପଢ଼ିବାକୁ ଯାଇଥା’ନ୍ତେ । କିନ୍ତୁ ନିର୍ବାଚନ ଥିବାରୁ ୧୪ ରେ ସ୍କୁଲ୍‌ ଖୋଲିଲେ ବି ୨୮ ରୁ ପିଲାମାନେ ପାଠ ପଢ଼ିବାକୁ ଯିବେ ବୋଲି ନୂଆ ନିର୍ଦ୍ଦେଶନାମାରେ କୁହାଯାଇଛି ।