ନାଟୋ ଉପରେ ଖୁବ ବର୍ଷିଲେ ଜେଲେନସ୍କି : କହିଲେ ତମେ ଋଷକୁ ଦେଲ ପ୍ରୋତ୍ସାହନ

0
229
ନାଟୋ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ୟୁକ୍ରେନ, (୦୫/୦୩) : ୟୁକ୍ରେନକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କରିବାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଆବେଦନକୁ ନାଟୋ ପ୍ରତ୍ୟାଖ୍ୟାନ କରିଛି । ଶନିବାର ଦିନ ରାଷ୍ଟ୍ରପତି ଜେଲେନସ୍କି ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବା ପରେ ନାଟୋ ଉପରେ ଖୁବ୍ ବର୍ଷିଛନ୍ତି । 

ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନରେ ବିନାଶ ପାଇଁ ପାଶ୍ଚାତ୍ୟର ସାମରିକ ସହଯୋଗୀ ଦଳ ଦାୟୀ ରହିବ । ସେ ଏହା ମଧ୍ୟ କହିଛନ୍ତି ଯେ ନାଟୋ ର ଦୁର୍ବଳତା ଏବଂ ଏକତାର ଅଭାବ ମସ୍କୋର ହାତକୁ ସମ୍ପୂର୍ଣ୍ଣ ଭାବେ ଖୋଲିଦେଲା । ଏବେ ଋଷ ଏୟାର ଷ୍ଟ୍ରାଇକକୁ ତୀବ୍ର କରିବ । ସୂଚନା ଥାଉକି, ଶୁକ୍ରବାର ଦିନ ନାଟୋ ୟୁକ୍ରେନକୁ ଋଷ ର କ୍ଷେପଣାସ୍ତ୍ର ଏବଂ ଯୁଦ୍ଧ ବିମାନରୁ ରକ୍ଷା କରିବାରେ ୟୁକ୍ରେନ ର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି ।

ଆମେରିକା ର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ନାଟୋର ପକ୍ଷ ରଖି ୟୁକ୍ରେନ ଉପରେ ନୋ-ଫ୍ଲାଏ ଜୋନ୍ ଡାକରାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଯେ ନୋ-ଫ୍ଲାଏ ଜୋନ୍ ଅର୍ଥାତ ଋଷ ର ବିମାନ ଗୁଡ଼ିକୁ ଗୁଳି କରିବା ପାଇଁ ନାଟୋ ର ବିମାନକୁ ୟୁକ୍ରେନ୍ର ବାୟୁସ୍ଥାନକୁ ପଠାଇବା । ଏହା ୟୁରୋପରେ ଏକ ସର୍ବଦଳୀୟ ଯୁଦ୍ଧ ର କାରଣ ହୋଇପାରେ ।

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ନାଟୋର ଏହି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି । “ଆଜି ୟୁକ୍ରେନ ର ସହର ଏବଂ ଗ୍ରାମ ଉପରେ ଅଧିକ ବୋମା ବିସ୍ଫୋରଣ ପାଇଁ ମିଳିତ ମଞ୍ଚର ନେତୃତ୍ୱ ଆଗେଇ ଆସିଛନ୍ତି । ନୋ-ଫ୍ଲାଏ ଜୋନ୍ ପ୍ରତିଷ୍ଠା କରିବାକୁ ମନା କରିଦେଇଛନ୍ତି ବୋଲି ଜେଲେନସ୍କି ତାଙ୍କ ନିକଟରେ ଦେଇଥିବା ସମ୍ବୋଧନରେ କହିଛନ୍ତି ।