ରୁଷିଆରେ କାର୍ଯ୍ୟ କରୁଥିବା ଖବରଦାତାଙ୍କ କାର୍ଯ୍ୟ ବନ୍ଦ କଲା ବିବିସି

0
235
ରୁଷିଆରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଲଣ୍ଡନ, (୫/୩) : ରୁଷିଆ ପାର୍ଲାମେଣ୍ଟ ର ନିମ୍ନ ସଦନ (ଡୁମା) ଶୁକ୍ରବାର ଏକ ନୂଆ ଆଇନ ଅନୁମୋଦନ କରିଛି । ଏଥିରେ ରୁଷିଆ ସଶସ୍ତ୍ର ବାହିନୀ ବିରୋଧରେ ମିଥ୍ୟା ଖବର ପ୍ରସାରଣ କଲେ ୧୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ ବୋଲି ଆଇନରେ ଉଲ୍ଲେଖ ରହିଛି । ଏହି ନୂଆ ଆଇନ ଆଣିବା ପରେ ବିବିସି ପକ୍ଷରୁ ରୁଷିଆରେ କାର୍ଯ୍ୟ କରୁଥିବା ଖବରଦାତା ମାନଙ୍କ କାର୍ଯ୍ୟକୁ ସାମୟିକ ଭାବେ ବନ୍ଦ ରଖିଛି ।

ଏହା ବ୍ୟତୀତ ଅନ୍ୟ ଉପାୟ ନ ଥିଲା ବୋଲି ବିବିସି ପକ୍ଷରୁ କୁହାଯାଇଛି । ରୁଷିଆ ଆଣିଥିବା ଆଇନ ସ୍ୱାଧୀନ ସାମ୍ବାଦିକତା ପ୍ରକ୍ରିୟାକୁ ଅପରାଧୀକରଣ କରିବା ଭଳି ମନେ ହେଉଛି । ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେଶନ ପାଇଁ କର୍ମଚାରୀଙ୍କ ସୁରକ୍ଷା ସର୍ବାଗ୍ରେ ବୋଲି ବିବିସି ମହାନିର୍ଦ୍ଦେଶକ ଟିମ୍‌ ଡାଭି କହିଛନ୍ତି । ରୁଷିଆ ବାହାରୁ ଖବର ସଂଗ୍ରହ ଓ ପରିବେଷଣ ଜାରି ରହିବ ବୋଲି କୁହାଯାଇଛି । ଏପରିକି ରୁଷିଆରେ ବିବିସି ଖବରଦାତାମାନଙ୍କ କାମ ବନ୍ଦ ରହିଲେ ମଧ୍ୟ ସାରା ବିଶ୍ୱ ର ଶ୍ରୋତାଙ୍କ ପାଇଁ ଠିକ୍‌, ନିରପେକ୍ଷ ଖବର ଉପଲବ୍ଧ କରାଇବୁ ବୋଲି ଡାଭି କହିଛନ୍ତି ।