ସୁବର୍ଣ୍ଣପୁର ଜିଲ୍ଲାର ନୂତନ ଏସପିଙ୍କ ଯୋଗଦାନ

0
206
ସୁବର୍ଣ୍ଣପୁର ଜିଲ୍ଲାର ନୂତନ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୯/୩) : ଆଜି ସୁବର୍ଣ୍ଣପୁର ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଅମରେଶ ପଣ୍ଡା ଯୋଗ ଦେଇଛନ୍ତି । ୧୯୮୫ ରୁ ପୁଲିସ ବିଭାଗରେ ସେ ନିଯୁକ୍ତି ପାଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାଙ୍କର ଦାୟିତ୍ୱ ନିର୍ବାହ କରିଥିବା ବେଳେ ସବୁ ସମୟରେ ଜନସାଧାରଣଙ୍କ ସେବା ଓ ସୁରକ୍ଷାକୁ ପ୍ରାଥମିକତା ଦେଇ ଆସିଥିବା ସେ ପ୍ରକାଶ କରିଛନ୍ତି ।

ଜନସାଧାରଣ ଙ୍କ ସହ ପୁଲିସ ସଦାବେଳେ ବନ୍ଧୁତ୍ୱପୂର୍ଣ ସଂପର୍କ ରଖିବା ସହ ଲୋକଙ୍କ ମୌଳିକ ସୁବିଧା ସୁଯୋଗ ପ୍ରତି ବିଶେଷ ଧ୍ୟାନ ଦେବା ସହ ଜିଲ୍ଲା ର ଆଇନ ଶୃଙ୍ଖଳା ପରିସ୍ଥିତି, ସହର ର ଟ୍ରାଫିକ ସମସ୍ୟା ଉପରେ ବିଶେଷ ଧ୍ୟାନ ଦେବାକୁ ସୁବର୍ଣ୍ଣପୁର ଜିଲ୍ଲାର ନୂତନ ଏସପି ମତ ରଖିଥିଲେ । ଗଣମାଧ୍ୟମ ପ୍ରତିନିଧି ଙ୍କ ପ୍ରଶ୍ନ ର ଉତ୍ତରରେ ସାଇବର କ୍ରାଇମ କୁ ରୋକିବା ପାଇଁ ଜିଲ୍ଲାରେ ସାଇବର ସେଲକୁ ଅଧିକ କ୍ରିୟାଶୀଳ କରାଇବା ସହ ଜିଲ୍ଲାରେ ବଢିଥିବା ଲୁଟତରାଜ, ଛିନତାଇ କୁ ରୋକିବା ପାଇଁ ବିଶେଷ ଯତ୍ନ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ସେହିପରି ବାଇକ ଆରୋହୀ ଙ୍କୁ ସଦାସର୍ବଦା ହେଲମେଟ ପିନ୍ଧିବା ଓ କାର ଚାଳକ ଙ୍କୁ ସିଟବେଲ୍ଟ ପରିଧାନକୁ କଡାକଡି ଚେକିଂ କରାଇବା ଉପରେ ଗୁରୁତ୍ୱ ଦେବାସହ ଜନସାଧାରଣ ଙ୍କ ଆସ୍ଥା ଭାଜନରେ ଗଣମାଧ୍ୟମ ପ୍ରତିନିଧି ତଥା ଜିଲ୍ଲା ର ସମସ୍ତ ଜନସାଧାରଣ ଙ୍କ ସହଯୋଗ ଲୋଡିଥିଲେ । ଏଥିରେ ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗି ଉପସ୍ଥିତ ଥିଲେ । ସଦର ଡାକ୍ତରଖାନା ରେ ବନ୍ଦ ଥିବା ବିଟ ହାଉସ କୁ ଯେତେଶିଘ୍ର ହେବ ପୁନଃ ସ୍ଥାପନ ପାଇଁ ମିଡ଼ିଆ ପ୍ରତିନିଧି ଙ୍କ ପକ୍ଷରୁ ଏସ ପି ଙ୍କୁ ଅନୁରୋଧ କରାଯାଇ ଥିଲା ।