ପୌର ନିର୍ବାଚନ ୨୦୨୨ ପାଇଁ ରାଜନୈତିକ ପ୍ରତିନିଧି ମାନଙ୍କୁ ନେଇ ସାଧାରଣ ବୈଠକ

0
215
ପୌର ନିର୍ବାଚନ ୨୦୨୨

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୦୯/୦୩) : ଆଜି ବୋୖଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପୌର ନିର୍ବାଚନ ୨୦୨୨ ପାଇଁ ନିର୍ବାଚନ କମିଶନଙ୍କ ଦ୍ବାରା ନିଯୁକ୍ତ ନିର୍ବାଚନ ପର୍ଯ୍ୟବେକ୍ଷକ ଲକ୍ଷ୍ମଣ ମଲ୍ଲିକଙ୍କ ଉପସ୍ଥିତିରେ ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି ମାନଂକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି |833966b1 85b9 4a31 a025 80f51d8aa78a ପୌର ନିର୍ବାଚନ ୨୦୨୨ ପାଇଁ ରାଜନୈତିକ ପ୍ରତିନିଧି ମାନଙ୍କୁ ନେଇ ସାଧାରଣ ବୈଠକ

ବୌଦ୍ଧ ଏନଏସି ପୌର ନିର୍ବାଚନ ୨୦୨୨ ସମୟରେ ସବୁ ରାଜନୈତିକ ଦଳ ଓ ପ୍ରାର୍ଥୀ ମାନେ ଆଦର୍ଶ ଆଚରଣ ବିଧିକୁ କିଭଳି କଡାକଡି ପାଳନ କରିବେ ସେ ସମ୍ପର୍କରେ ଶ୍ରୀ ମଲ୍ଲିକ ସମସ୍ତ ପ୍ରତିନିଧି ଓ ସରକାରୀ ଅଧିକାରୀ ମାନଙ୍କୁ କହିଥିଲେ l

ବୈଠକରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଉପ ଜିଲ୍ଲାପାଳ ସନତ କୁମାର ନାଏକ, ଉପ ଆରକ୍ଷୀ ଅଧିକ୍ଷକ ସାଲେସ୍ତିନ ତିଗା, ତହସିଲଦାର୍ ତଥା ନିର୍ବାଚନ ଅଧିକାରୀ ଅବିନାଶ ପାଣ୍ଡିଆ, ଡେପୁଟି କଲେକ୍ଟର ଚନ୍ଦ୍ରକାନ୍ତ ବେହେରା, ବିଜେପି ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ବିଜେଡିର ପ୍ରତିନିଧି ସୀତାଂଶୁ ମହାକୁଡ଼, କଂଗ୍ରେସର ପ୍ରତିନିଧି ତରଣୀ ସେନ୍ ଜେନା ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ |