ଲୋକଙ୍କ ଭିଡ ଉପରେ ଗାଡି ଚଢାଇବା ଘଟଣା : ଗିରଫ ହେବେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ

0
206
ଲୋକଙ୍କ ଭିଡ ଉପରେ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୩/୦୩) : ହିଂସା ର ସବୁ ସୀମା ଟପିଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଉତ୍ତର ପ୍ରଦେଶ ଲଖିମପୁର ଖେରି ଭଳି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଲୋକଙ୍କ ଭିଡ ଉପରେ ଗାଡି ଚଢ଼ାଇ ଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

ପୋଲିସ ର ସୂଚନା ଅନୁସାରେ, ଲୋକଙ୍କ ଭିଡ ଉପରେ ଗାଡି ଚଢାଇବା ଯୋଗୁଁ ୧୫ ବିଜେପି କର୍ମୀ ଆହତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେହିପରି ଆଇଆଇସିଙ୍କ ସମେତ ୯ ପୋଲିସ କର୍ମଚାରୀ ବି ଆହତ ହୋଇଛନ୍ତି । ଏଥିସହ ୨ ସାମ୍ବାଦିକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତିି କରାଯାଇଛି ।

ଅଧିକ ଗୁରୁତର ମାନଙ୍କୁ ଭୁବନେଶ୍ୱର ଏମସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏପରିକି ବିଧାୟକ ବ୍ଲକ ସୁରକ୍ଷାରେ ନିୟୋଜିତ ଥିବା ୯ ପୋଲିସଙ୍କ ଉପରେ ଗାଡି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ କାହାର ମୃତ୍ୟୁ ହୋଇ ନଥିବା ବାଲୁଗାଁ ଏସଡିପିଓ ସ୍ପଷ୍ଟ କରିଛନ୍ତି । ସବୁଠାରୁ ବଡ କଥା ହେଉଛି, ବିଧାୟକ ନିଜେ ଗାଡି ଚଳାଉଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ଭିଡ ଭିତରେ ବିଧାୟକ ଗାଡି ଚଢ଼ାଇ ଦେବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ଉତ୍ୟକ୍ତ ଲୋକ ବିଧାୟକଙ୍କ ଗାଡି କୁ ଭଙ୍ଗାରୁଜା କରିବା ସହ ମାଡ ମାରିଛନ୍ତି । ବିଧାୟକଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସୂଚନା ମିଳିଛି । ପ୍ରଥମେ ତାଙ୍କୁ ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ପରେ ଭୁବନେଶ୍ୱରକୁ ସ୍ଥାନନ୍ତର କରାଯାଇଛି । ଭୁବନେଶ୍ୱର ର ଏକ ଘରୋଇ ଡାକ୍ତରଖାନା ର ଆଇସିୟୁରେ ତାଙ୍କୁ ଚିକିତ୍ସା କରାଯାଇଛି । ଅନ୍ୟପକ୍ଷରେ ଆଜି ର ଘଟଣା ପରେ ବାଣପୁରରେ ୧୪୪ ଧାରା ଜାରି କରାଯାଇଛି ।

ଆଇଜି କହିଛନ୍ତି, ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଆଗକୁ ବଢ଼ିବାକୁ ବାରଣ କରିଥିଲା ପୁଲିସ୍ । ବାଣପୁର ଆଇଆଇସି ତାଙ୍କ ଗାଡ଼ି ସମ୍ମୁଖରେ ଛିଡ଼ା ହୋଇ ବାରଣ କରିଥିଲେ । କିନ୍ତୁ ପୁଲିସ୍ କଥା ମାନି ନଥିଲେ ବିଧାୟକ । ସେ ଗାଡ଼ି ଚଲାଇ ପୁଲିସ୍ ଓ ଉପସ୍ଥିତ ଜନସାଧାରଣଙ୍କ ଉପରେ ଚଢ଼ାଇ ଦେବାକୁ ଉଦ୍ୟମ କରିଥିଲେ । ସେଥିପାଇଁ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲଗା ଯାଇଛି ।

ସେ ତାଙ୍କ କାର କୁ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ । ସେହିଭଳି ପୁଲିସ୍ ଓ ପବ୍ଲିକ୍ କୁ ଆଘାତ ଦେବା ଦଫା ବି ଲଗା ଯାଇଛି । ଏହି ଘଟଣାରେ ୬ ଜଣ ସାଧାରଣ ଲୋକ ଆହତ ହୋଇଥିବା ବେଳେ ୧୦ ଜଣ ପୁଲିସ୍ କର୍ମଚାରୀ ଓ ୨ ଜଣ ସାମ୍ବାଦିକ ଆହତ ହୋଇଛନ୍ତି । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଆଜି କହିଛନ୍ତି, ବିଧାୟକ ପ୍ରଶାନ୍ତ ଜଗଦେବ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ । ଯେତେ ଶୀଘ୍ର ସେ ସୁସ୍ଥ ହେବେ ସେତେ ଶୀଘ୍ର ତାଙ୍କୁ ଗିରଫ କରାଯିବ । ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି । ବହୁ ଲୋକ ଏହି ବର୍ବର ଦୃଶ୍ୟ ର ରେକର୍ଡିଂ କରିଛନ୍ତି । ସେଗୁଡ଼ିକୁ ତଦନ୍ତ ପରିସରଭୁକ୍ତ କରାଯିବ । ଜଣେ ଡିଏସ୍ପି ସ୍ତର ର ଅଧିକାରୀ ଘଟଣାର ତଦନ୍ତ କରିବେ ।

ଏହି ଘଟଣା ପରେ ବାଣପୁର ସହରରେ ୧୪୪ ଧାରା ଜାରି କରାଯାଇଛି । ସନ୍ଧ୍ୟା ୬ଟା ପରଠୁ ସହରର କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଆଇଜି କହିଛନ୍ତି, ବାଣପୁରରେ ସ୍ଥିତି ଶାନ୍ତ ରହିଛି । ତେବେ ପ୍ରତିଷେଧ ମୂଳକ ପଦକ୍ଷେପ ସ୍ୱରୂପ ସେଠାରେ ୧୪୪ ଧାରା ଜାରି କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟରେ ଆଜି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାହାରେ ପ୍ରାୟ ୫ ରୁ ୭ ଶହ ଲୋକ ରୁଣ୍ଡ ହୋଇଥିଲେ । ଏଥିସହ ୨ ପ୍ଲାଟୁନ୍ ଫୋର୍ସ ବି ମୁତୟନ ହୋଇଥିଲେ । ଏହି ସମୟରେ ହଠାତ୍ ବିଧାୟକ ପ୍ରଶାନ୍ତ ଜଗଦେ୍ଧବ ନିଜ ଏସୟୁଭି ଗାଡ଼ି ଚଲାଇ ଦ୍ରୁତ ଗତିରେ ଭିଡ଼ ଆଡ଼କୁ ମାଡ଼ି ଆସିଥିଲେ । ବ୍ଳକ୍ ଅଧ୍ୟକ୍ଷ ନିର୍ବାଚନରେ କିଛି ରଫାଦଫା କରିବାକୁ ସେ ଆସିଥିଲେ ବୋଲି କୁହାଯାଉଛି ।

ଲୋକେ ତାଙ୍କୁ ଅଟକାଇ ଥିବା ବେଳେ କିଛି ସମୟ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହା ପରେ ବିଧାୟକ ଗାଡ଼ିକୁ ଆଗକୁ ନେଇଥିଲେ ଓ ଏହା ଲୋକଙ୍କ ଉପରେ ମାଡ଼ି ଯାଇଥିଲା । ଏହା ପରେ ଲୋକେ ବିଧାୟକଙ୍କୁ ଗାଡ଼ିରୁ ଟାଣି ଆଣି ନିସ୍ତୁକ ମାଡ଼ ମାରିଥିଲେ ଓ ଲହୁଲୁହାଣ କରି ଦେଇଥିଲେ । ତାଙ୍କ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକେ ଭାଙ୍ଗିରୁଜି ସେଥିରେ ନିଆଁ ଲଗାଇ ଦେଇଥିଲେ ।