ଦେଓଗାଁ ବ୍ଲକ ଅଧ୍ୟକ୍ଷ ହେଲେ ଦୟାନିଧି ଖମାରୀ

0
230
ଦେଓଗାଁ ବ୍ଲକ ଅଧ୍ୟକ୍ଷ

ରିପୋର୍ଟ : ସନ୍ତୋଷ ନାୟକ //
ଦେଓଗାଁ, (୧୨/୦୩) : ଦେଓଗାଁ ବ୍ଲକ ଅଧ୍ୟକ୍ଷ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ର ସମାପ୍ତି ହୋଇଛି । ଦେଓଗାଁ ବ୍ଲକରେ ୨୬ ଟି ପଞ୍ଚାୟତ ଥିବା ବେଳେ ବ୍ଲକ୍ ଅଧ୍ୟକ୍ଷ ହେବାକୁ ମ୍ୟାଜିକ ସଂଖ୍ୟା ଦରକାର ଥିଲା ୧୪ ।

ଅଧ୍ୟକ୍ଷ ପଦବୀ ପାଇଁ ବ୍ଲକର ୨ ଜଣ ସମିତି ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଦେଓଗାଁ ବ୍ଲକ ବ୍ରାହ୍ମଣୀଜୋର ପଞ୍ଚାୟତ ସମିତି ସଭ୍ୟ ଦୟାନିଧି ଖମାରୀ (ମଣ୍ଟୁ) ଓ ସାଲେପାଲି ପଞ୍ଚାୟତର ସମିତି ସଭ୍ୟ ଲକ୍ଷ୍ମଣ ମେହେର । ନିର୍ବାଚନରେ ଦୟାନିଧି ଖମାରୀ ୧୪ ଜଣଙ୍କ ସମର୍ଥନ କରି ଭୋଟ ଦେଇଥିବା ବେଳେ ଲକ୍ଷ୍ମଣ ମେହେର ୧୧ ଜଣଙ୍କ ଭୋଟ ପାଇଥିଲେ । ଫଳରେ ବ୍ଲକ୍ ଅଧ୍ୟକ୍ଷ ଭାବେ ଶ୍ରୀ ଖମାରୀ ନିର୍ବାଚିତ ହୋଇଛନ୍ତି ।

ନିର୍ବାଚିତ ହେବା ପରେ ସେ ପୂର୍ବ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, ପୂର୍ବ ସାଂସଦ କଳିକେଶ ନାରାୟଣ ସିଂଦେଓ, ଯୁବ ନେତା ଅର୍କେଶ ନାରାୟଣ ସିଂଦେଓ ଏବଂ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଧନ୍ୟବାଦ ଦେଇଛନ୍ତି । ଅଧ୍ୟକ୍ଷ ନିର୍ବାଚନରେ ଅନୁପସ୍ଥିତ ଥିବା ଜଣେ ସମିତି ସଭ୍ୟଙ୍କୁ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ମେହେର ଅପହରଣ କରିଛନ୍ତି ବୋଲି ନବ ନିର୍ବାଚିତ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ଖମାରୀ ଦେଓଗାଁ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଶ୍ରୀ ମେହେର ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।