ଡମକୋଚ ଡ୍ୟାମରେ ୮ ଫୁଟ ଲମ୍ବର ମାଈ କୁମ୍ଭୀର ମୃତ

0
186
ଡମକୋଚ ଡ୍ୟାମରେ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୨୧/୦୩) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଚ ତଳଗାଁ ଫରେଷ୍ଟ ସେକ୍ସନ ଡମକୋଚ ଡ୍ୟାମରେ ଗତକାଲି ଏକ ୮ ଫୁଟ ଲମ୍ବ ର କୁମ୍ଭୀର ମୃତ୍ୟୁ ହୋଇଥିବାର ଜଣା ପଡିଛି |a092fe3f 9e9d 4526 8623 87f58e05fa8a ଡମକୋଚ ଡ୍ୟାମରେ ୮ ଫୁଟ ଲମ୍ବର ମାଈ କୁମ୍ଭୀର ମୃତ

ସୂଚନା ଅନୁଯାଇ ଡମକୋଚ ଡ୍ୟାମରେ ସ୍ଥାନୀୟ କିଛି ମହିଳା ପାଣିବାହାରେ ମରି ପଡ଼ି ରହିଥିବା କୁମ୍ଭୀର କୁ ଦେଖି ସଙ୍ଗେ ସଙ୍ଗେ ବନକର୍ମଚାରୀଙ୍କୁ ଖବର ଦେଇଥିଲେ | ଖବର ପାଇ ବନକର୍ମଚାରୀ ଘଟଣା ସ୍ଥଳରେ ପହଂଚି ମାଧପୁର ରେଞ୍ଚ ଅଧିକାରୀଙ୍କୁ ଖବର ଦେବାରୁ ରେଞ୍ଚ ଅଧିକାରୀ ମୋବାଇଲ ଭେନ ପଠାଇ ମୃତ କୁମ୍ଭୀର କୁ ଉଦ୍ଧାର କରାଇଥିଲେ | ପୁରୁଣାକଟକ ଭି.ଏସ ଓ଼ ବନ ଅଧିକାରୀଙ୍କ ଉପସ୍ଥିତରେ କୁମ୍ଭୀରଟିକୁ ପୋଷ୍ଟ ମର୍ଟମ କରାଯିବାରୁ କୁମ୍ଭୀର ପେଟରୁ ବହୁ ଅଣ୍ଡା ବାହାରିଥିଲା |

ତେଣୁ କୁମ୍ଭୀର ପେଟରୁ ଅଣ୍ଡା ବାହାରି ଥିବାରୁ ଏହି ସ୍ଥାନରେ ଅଣ୍ଡିରା କୁମ୍ଭୀର ଥିବାର ସନ୍ଦେହ କରାଯାଉଛି | କୁମ୍ଭୀର ଟିର ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଜଣାପଡ଼ି ନାହିଁ | ମୃତ କୁମ୍ଭୀର ର ବୟସ ୪୦ ବର୍ଷରୁ ଉର୍ଦ୍ଧ ହେବ ବୋଲି DFO ଦେବବ୍ରତ କମ୍ପୋ ସୂଚନା ଦେବା ସହିତ ଡ୍ୟାମକୁ ବିନା ଅନୁମତିରେ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି |