ଜିଲ୍ଲା ସ୍ତରୀୟ ବାଲ୍ୟବିବାହ ନିରାକରଣ ରଣନିତୀ ବୈଠକ

0
218
ଜିଲ୍ଲା ସ୍ତରୀୟ ବାଲ୍ୟବିବାହ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୨୩/୩) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଏବଂ ସେଚ୍ଛାସେବୀ ଅନୁଷ୍ଠାନ ରେଆର ର ମିଳିତ ଅlନୁକୂଲ୍ୟରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ବାଲ୍ୟବିବାହ ନିରୋଧ ରଣନୀତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l

ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଜିଲ୍ଲାରେ ତୃଣମୂଳ ସ୍ତରରେ ଜିଲ୍ଲା ସ୍ତରୀୟ ବାଲ୍ୟବିବାହ ନିରୋଧ ନିମନ୍ତେ ବ୍ୟାପକ ସଚେତନତା ଉପରେ ଗୁରୁତ୍ୱାରୋପ କରିଛନ୍ତି l ସେ ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଅନୁଷ୍ଠିତ ହେବାକୁଥିବା ମହୋତ୍ସବ, ମେଳା, ଯାନିଯାତ୍ରା ରେ ବାଲ୍ୟ ବିବାହ ନିରୋଧ ସମ୍ୱନ୍ଧୀୟ ଆଲୋଚନା ଚକ୍ର, ଟେବ୍ଲ୍ୟୁ, ହୋର୍ଡିଙ୍ଗ ପ୍ରଭୁତି ବ୍ୟବସ୍ଥା ପୂର୍ବକ ଜନସଚେତନତା ସୃଷ୍ଟି ଉପରେ ବିଭଗୀୟ ଅଧିକାରୀ, ଜିଲ୍ଲା ବାଲ୍ୟ ବିବାହ ନିରୋଧ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି l

ସଭାରେ ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ବାଲ୍ୟ ବିବାହକୁ ରୋକିବା ପାଇଁ ନେଇଥିବା କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ବାଲ୍ୟ ବିବାହ ପରାମର୍ଶ ଦାତା, ଏକ୍ସନଏଡ଼-ରାକେଶ ପ୍ରଧାନ ଜିଲ୍ଲା ର ବାଲ୍ୟ ବିବାହ ସ୍ଥିତି ସଂପର୍କରେ ବୈଠକରେ ଉପସ୍ଥାପନା କରିଥିଲେ । ବୈଠକରେ ବାଲ୍ୟ ବିବାହ ନିରୋଧ ନିମନ୍ତେ ବିଭିନ୍ନ ରଣନୀତି ଉପରେ ଆଲୋଚନା କରାଯାଇଛି l246d0f10 c024 41b3 9679 b3048ca2c1c2 ଜିଲ୍ଲା ସ୍ତରୀୟ ବାଲ୍ୟବିବାହ ନିରାକରଣ ରଣନିତୀ ବୈଠକ

ଏହି ପରିପ୍ରେକ୍ଷୀରେ ବାଲ୍ୟ ବିବାହ ରୁ ଉଦ୍ଧାର କରାଯାଇଥିବା ପ୍ରତ୍ୟେକ କିଶୋର କିଶୋରୀ ଙ୍କୁ ଜିଲ୍ଲା ମଙ୍ଗଳ ସମିତି ରେ ଉପସ୍ଥାପନା କରିବା, ଅଭିଭାବକ ମାନଙ୍କ ନାମ ରେ କେସ କରିବା, ବିଦ୍ୟାଳୟ ଷ୍ଟାଣ୍ଡିଙ୍ଗ କମିଟୀ ର ତାଲିମ ସମୟରେ ବାଲ୍ୟ ବିବାହ ଅଧିନିୟମ ଆଇନ ଓ ପୋକ୍‌ସୋ ଉପରେ ବିସ୍ତୃତି ଭାବରେ ଆଲୋଚନା କରିବା, ଜିଲ୍ଲାରେ ଆୟୋଜିତ ହେଉଥିବା ବିଭିନ୍ନ ପର୍ବ ପର୍ବାଣୀ ରେ ବାଲ୍ୟ ବିବାହର କୁପରିଣତି ସଂପର୍କରେ ଶିକ୍ଷଣ ଉପକରଣ ମାଧ୍ୟମରେ ସଚତେନତା ସୃଷ୍ଟି କରିବା, ସାମାଜିକ ଓ ଆର୍ଥିକ ଦୂରାବସ୍ଥା ଦୂର ପାଇଁ ବାଲ୍ୟ ବିବାହକୁ କିପରି ବନ୍ଦ କରାଯାଇ ପାରିବ, ଶିଶୁ ଯତ୍ନଗୃହ ର ସମସ୍ତ ଶିଶୁ ମାନଙ୍କୁ ଆତ୍ମ ସୁରକ୍ଷା ତାଲିମକୁ ନିରନ୍ତର କରିବା ଇତ୍ୟାଦି ଉପରେ ଆଲୋଚନା ହେଲା l

ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ଗ୍ରାମ ସ୍ତରରେ ଅଣୁ ଯୋଜନା ପ୍ରସ୍ତୁତ କରିବା, ପଥପ୍ରାନ୍ତ ନାଟକ ଓ ଲୋକକଳା ମାଧ୍ୟମରେ ବାଲ୍ୟ ବିବାହ ଉପରେ ସଚେତନତା କରିବା, କିଶୋର କିଶୋରୀଙ୍କ ଉପଯୁକ୍ତ ଜନ୍ମ ତାରିଖ ଲିପିବଦ୍ଧ ଉପରେ ଗୁରୁତ୍ଵ ଦେବା, ବିଦ୍ୟାଳୟରେ ରହିଥିବା ମତାମତ ବାକ୍ସରେ ବାଲ୍ୟବିବାହ ଉପରେ ମତାମତ ରଖିବା, ବାଲ୍ୟ ବିବାହ ରୁ ଉଦ୍ଧାର ହେଉଥିବା ଶିଶୁ ମାନଙ୍କୁ ଥଇଥାନ ର ବ୍ୟବସ୍ଥା କରିବା ସହ ବାଲ୍ୟ ବିବାହ ନିରାକରଣ ଅଧିକାରିଣୀ ଙ୍କ ନାମ ଫଳକକୁ କାର୍ଯ୍ୟାଳୟ ଆଗରେ ବଡ ଓ ସ୍ପଷ୍ଟ ଆକାରରେ ଲଗାଇବାପାଇଁ ନିଷ୍ପତି ନିଆଗଲା ।

ଏହି ବର୍ଷରେ ନବ ନିର୍ବାଚିତ ପଂଚାୟତ ପ୍ରତିନିଧି, ପୂଜକ, ବାରିକ, ଟେଣ୍ଟମାଲିକ ମାନଙ୍କୁ ବାଲ୍ୟବିବାହ ନିଷେଧ ଆଇନ ଉପରେ ଆବଶ୍ୟକ ସଚେତନତା କରିବା ନିମନ୍ତେ ପରାମର୍ଶ ଦିଆଯାଇଛି l ପୁନଶ୍ଚ ଜିଲ୍ଲାରେ ରହିଥିବା ସମସ୍ତ ଧର୍ମାନୁଷ୍ଠାନ ମାନଙ୍କର ବାଲ୍ୟ ବିବାହ ନିଷେଧ ଫଲକ ଲଗାଇବା ପାଇଁ ବୈଠକରେ ନିଷ୍ପତି ନିଆଗଲା । ସେହିପରି ବ୍ଲକ ସ୍ତରରେ ହେଉଥିବା ସଚେତନତା କାର୍ଯ୍ୟକ୍ରମରେ ଗୋଷ୍ଠି ଉନ୍ନୟନ ଅଧିକାରୀ, ସାସ୍ଥ୍ୟ କର୍ମଚାରୀ ଓ ପୋଲିସ ବିଭାଗକୁ ସାମିଲ କରିବା ପାଇଁ ନିଷ୍ପତି ନିଆଗଲl ।

ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଅମରେଶ କୁମାର ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଗୌରମଣୀ ହାଁସଦା, ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ସଦସ୍ୟ ମଧୁସୂଦନ ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ବର ଖାକା, ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରିଣୀ ମଂଜୁଲତା ଭୋଇ, ଜିଲ୍ଲା ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ, ସୁବର୍ଣ୍ଣପୁର ଜିଲ୍ଲା ର ସମସ୍ତ ବାଲ୍ୟବିବାହ ନିରୋଧ ଅଧିକାରିଣୀ, ସମସ୍ତ ସେଚ୍ଛାସେବୀ ଅନୁଷ୍ଠାନ ଓ ଚାଇଲ୍ଡ ଲାଇନ ର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ବାଲ୍ୟବିବାହ ନିରାକରଣ ସମ୍ବନ୍ଧରେ ନିଜ ନିଜର ଯୋଗଦାନ ଉପରେ ମତାମତ ରଖିଥିଲେ l