-5.7 C
Innichen
Thursday, August 18, 2022

ସୋନପୁର ଜିଲ୍ଲା ର ୬ଟି ବ୍ଲକରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ପଂଚାୟତ ସମିତି ଅଧ୍ୟକ୍ଷ / ଅଧ୍ୟକ୍ଷ୍ୟା

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୁବର୍ଣ୍ଣପୁର, (୧୨/୩) : ସୋନପୁର ଜିଲ୍ଲା ରେ ନିକଟରେ ଅନୁଷ୍ଠିତ ହୋଇଯାଇଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ଅନ୍ତିମ ପର୍ଯ୍ୟାୟରେ ଆଜି ୬ଟି ବ୍ଲକ ର ଅଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ସୋନପୁର ଜିଲ୍ଲା ର ୬ଟି ବ୍ଲକରେ ପୂର୍ବ ନିର୍ଦ୍ଧାରିତ ସମୟରେ ନବ ନିର୍ବାଚିତ ସମିତି ସଭ୍ୟ ଓ ସଭ୍ୟାମାନେ ୬ ଟି ଯାକ ବ୍ଲକରେ ପହଂଚି ପଂଚାୟତ ସମିତି ର ଅଧ୍ୟକ୍ଷ ନିର୍ବାଚିତ କରିଛନ୍ତି । ସମସ୍ତ ବ୍ଲକ ର ଅଧକ୍ଷ/ ଅଧକ୍ଷ୍ୟା ମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।

ସେମାନେ ହେଲେ ସୁବର୍ଣ୍ଣପୁର ବ୍ଲକରେ ପ୍ରହଲ୍ଲାଦ ନାୟକ, ବିନିକା ବ୍ଲକରେ ଦୀପ୍ତିରେଖା ନନ୍ଦ, ତରଭା ବ୍ଲକରେ ସରୋଜ କମ୍ପ, ଡୁଙ୍ଗୁରିପାଲି ବ୍ଲକରେ ଅହଲ୍ୟା ସାହୁ, ଉଲୁଣ୍ଡା ବ୍ଲକରେ ଶାନ୍ତିଲତା ମିଶ୍ର ଓ ବୀରମହାରାଜପୁର ବ୍ଲକରେ ଶାନ୍ତି ଲୁହା । ପ୍ରକାଶ ଥାଉକି ଯେ, ନିର୍ବାଚିତ ସମସ୍ତ ଅଧ୍ୟକ୍ଷ / ଅଧ୍ୟକ୍ଷା ବିଜେଡି ଦଳ ର ହୋଇଥିବା ବେଳେ ଜିଲ୍ଲାର ଉଭୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପଦ୍ମନାଭ ବେହେରାଙ୍କ ଦୃଢ଼ ନେତୃତ୍ବ ଯୋଗୁଁ ଏହା ସମ୍ଭବପର ହୋଇ ପାରିଛି ବୋଲି ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

Related Articles

Stay Connected

0FansLike
3,437FollowersFollow
20,000SubscribersSubscribe
- Advertisement -spot_img

Latest Articles