ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ର ଫ୍ଲାଗମାର୍ଚ୍ଚ

0
182
ଶାନ୍ତିଶୃଙ୍ଖଳା

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୩/୦୩) : କାଶୀନଗର ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ସକାଶେ ଆଜି ସନ୍ଧ୍ୟାରେ ଗଜପତି ଏସ ପିଙ୍କ ନିର୍ଦ୍ଧେଶ କ୍ରମେ କାଶୀନଗର ଥାନା ତରଫରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି ।

ଗଜପତି ଡି ଏସ ପି ଆର୍ ପି ଦାସ ଙ୍କ ନେତୃତ୍ୱରେ କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ଏସ ଆଇ ଆର୍ ରତ୍ନ ନିଧି ପାତ୍ର, ଏ ଏସ ଆଇ ପୁରୋହିତ ଓ କାଶୀନଗର ଥାନା ର ସମସ୍ତ ପୋଲିସ ଏହାଙ୍କ ସହ ଅତିରିକ୍ତ ଫୋର୍ସ ଶାନ୍ତିଶୃଙ୍ଖଳା ପାଇଁ କାଶୀନଗର ହରିଜନ ସାହି ଠାରୁ ଫରେଷ୍ଟ ଛକ, ନୂଆ କାଶୀନଗର ଇତ୍ୟାଦି ଯାଗାରେ ଫ୍ଲାଗ ମାର୍ଚ୍ଚ କରିଥିଲେ ।

ଶ୍ରୀ ଦାସ ଓଡ଼ିଶା ନ୍ୟୁଜ ୨୪ କୁ କହିଥିଲେ କୌଣସି ହିଂସା କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତି କୁ ବରଦସ୍ତ୍ କରାଯିବ ନାହିଁ । ଶୃଙ୍ଖଳା ର ସହ ନିର୍ବାଚନ ହେବ ବୋଲି କହିଛନ୍ତି । ଆସନ୍ତାକାଲି ସକାଳୁ ଭୋଟ ଆରମ୍ଭ ହେବ । ବର୍ତ୍ତମାନ ବଜାର ଓ ଫରେଷ୍ଟ ଛକ ରେ ଲୋକ ଖଚା ଖଚ ହୋଇଛନ୍ତି । ଗଳି କନ୍ଦି ରେ ଉଭୟ ଦଳ ର କର୍ମୀ ମାନେ ଶେଷ ଉଦ୍ୟମ ଜାରି ରଖିଛନ୍ତି ।