ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୨୩/୩) : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ରେ ଉପାଧ୍ୟକ୍ଷ ଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଆଜି ପ୍ରତେକ ପଞ୍ଚାୟତର ସମିତି ସଭ୍ୟସଭ୍ୟାଙ୍କ ଉପସ୍ଥିତରେ ନିର୍ବାଚନ ହୋଇଥିଲା ।
କଲ୍ୟାଣସିଂହପୁର ଉପାଧ୍ୟକ୍ଷ ଭାବେ ମ୍ବୁରୁ କଞ୍ଜକା ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ କଂଗ୍ରେସ ସମର୍ତ୍ତିତ ପ୍ରାର୍ଥୀ ରୂପେ ନାଗେଶ୍ବର ମିଣିଆକା ନାମାଙ୍କନ ପତ୍ର ଦାଖଲ କରିଥିଲେ।ସବୁ ସମିତି ସଭ୍ୟସଭ୍ୟା ଙ୍କ ଭୋଟ ପ୍ରଦାନ ପରେ ଡ଼ମ୍ବୁରୁ କଞ୍ଜକା ଙ୍କୁ ମୋଟ ୯ ଗୋଟି ଭୋଟ ପାଇ ଵିଜୟ ହୋଇଥିବା ବେଳକୁ ନାଗେଶ୍ବର ଙ୍କୁ ୫ ଗୋଟି ଭୋଟ ମିଳିଥିବା ଜଣାପଡିଛି । ଏଥିରେ ବିଜେଡି ଓ କଂଗ୍ରେସ ଦଳ ସମର୍ଥକ ମାନେ ଉପସ୍ଥିତ ରହିଥିଲେ ।
କଲ୍ୟାଣସିଂହପୁର ବ୍ଳକ ରେ ମୋଟ ୧୪ ଟି ପଞ୍ଚାୟତ ଥିବା ବେଳେ ବିଜେଡି ସମର୍ତ୍ତିତ ୮ ସମିତି ସଭ୍ୟସଭ୍ୟା ଵିଜୟ ହୋଇଥିବା ବେଳେ କଂଗ୍ରେସ ଦଳର ୪ ସମିତି ସଭ୍ୟସଭ୍ୟା ଓ ବିଜେପି ର ୨ ଜଣ ସମିତି ନିର୍ବାଚିତ ହୋଇଥିବା ନିର୍ବାଚନ ହୋଇଥିଲେ । ଆଜି ବ୍ଳକ ଉପାଧ୍ୟକ୍ଷ ମତ ଦାନ ବେଳେ କଂଗ୍ରେସ ସମର୍ତ୍ତିତ ଗୋଟିଏ ସମିତି ସଭ୍ୟ କୁ ବିଜେଡି ଦଳ ପକ୍ଷରୁ କିଣା ଯାଇଥିବା ସାଧାରଣ ରେ ଆଲୋଚନା ହେଉଥିବା ର ଶୁଣିବାକୁ ମିଳିଥିଲା । ଏହି ସମ୍ପର୍କରେ ନିର୍ବାଚନ ଅଧିକାରୀ ସୁଧାକର ରଇତ ଜିପିଓ ମାନସ ପ୍ରଧାନ ଙ୍କୁ ପଚାରିବାରୁ ଡ଼ମ୍ବୁରୁ କଞ୍ଜକା ଵିଜୟ ହୋଇଥିବା ସୂଚନା ଦେଇଛନ୍ତି ।