ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
265

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ,ତା.(୩୦/୦୭) : ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡ ଦ୍ୱାରା ଗତ ତା. ୨୯.୦୭.୨୦୨୧ ରିଖ ଗୁରୁବାର ଦିନ ଅନଲାଇନ୍‍ ମାଧ୍ୟମରେ ଜେ.ଜେ.ଆକ୍‍ଟ, ରାଇଟ୍‍ ଟୁ କମ୍ପଲସରି ଏଜୁକେସନ୍‍ ଆକ୍‍ଟ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ଆଇନସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଦୌରା ଜଜ ଶ୍ରୀ ମଳୟ ରଞ୍ଜନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ପରିବାର ଅଦାଲତର ବିଚାରପତି ଶ୍ରୀ ଆଶିସ୍‍ କୁମାର ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶ୍ରୀ ଚିତଞ୍ଜନ ପାତ୍ର, ଆଡ୍‍ ହକ ଅତିରିକ୍ତ ଜିଲ୍ଲା ଦୌରା ଜଜ (ଫାଷ୍ଟ ଟ୍ରାକ୍‍) ଶ୍ରୀ ଗଣେଷ ପତି, ସ୍ଥାୟୀ ଲୋକଅଦାଲତର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା, ମୁଖ୍ୟ ବିଚାର ବିଭାଗୀୟ ଦଠାଧିକାରୀ ଶ୍ରୀ ମନୋରଞ୍ଜନ ଦାସ, ରେଜିଷ୍ଟର ଶ୍ରୀମତି ପ୍ରତିମା ପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସୁଶାନ୍ତ କୁମାର ମିଶ୍ର, ମହିଳା କୋର୍ଟ ବିଚାରପତି ସୋନାଲ ଶର୍ମା, ଅନୁବିଭାଗୀୟ ଦଠାଧିକାରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଦାସ, ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀ ଗୁରୁ ଚରଣ ଜେନାମଣି, ଗ୍ରାମ୍ୟ ନ୍ୟାୟଧିକାରୀ ଶ୍ରୀମତି ସୁଭାସିନି ବେହେରା, ପ୍ରଥମ ଶ୍ରେଣୀ ଦଠାଧିକାରୀ ଶ୍ରୀ ଯୁଧିଷ୍ଠିର ଦଳେଇ, ଏସ୍‍.ଡି.ପି.ଓ ଶ୍ରୀ ଆକାଶ ସାହୁ, ପାରା ଲିଗାଲ୍‍ ଭଲ୍ୟୁଣ୍ଟର, ପେନାଲ୍‍ ଓଡିକଲ, ଆଇନ୍‍ ସେଚେତନତା କ୍ଲବର ଛାତ୍ରଛାତ୍ରୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ ।

ଉପସ୍ଥିତ ବକ୍ତାମାନେ ନିଜ ନିଜର ବକ୍ତବ୍ୟ ରେ ଶିଶୁ ସୁରକ୍ଷା ଆଇନ୍‍, ବାଧ୍ୟତା ମୂଳକ ଶିକ୍ଷା ସଂପର୍କିତ ଆଇନ୍‍ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପରିଶେଷରେ ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡର ସଚିବ ଶ୍ରୀ ମନୋରଞ୍ଜନ ମିଶ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତଥିବା ସମସ୍ତ ବକ୍ତା ଏବଂ ଅଂଶଗ୍ରହଣକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।