ବିବାହର ୭ ମାସ ପରେ ଗର୍ଭବତୀ ସ୍ତ୍ରୀ କୁ ବାପ ଘରେ ଛାଡି ଦ୍ଵିତୀୟ ବିବାହ କଲେ ସ୍ୱାମୀ

0
396

// ଝିଅ ଜନ୍ମ ପରେ ପଚାରିଲା ନାହିଁ ବାପା ଏବେ ୧୦ ମାସ ହେବ ରୋଗଶଯ୍ୟାରେ ମାଁ // ଝିଅର ଭବିଶ୍ୟତ ଅନ୍ଧାର //
ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର ତା-(୩୦/୦୭) : ବିବାହର ୭ ମାସ ପରେ ଗର୍ଭବତୀ ସ୍ତ୍ରୀ କୁ ବାପ ଘରେ ଛାଡି ଦ୍ଵିତୀୟ ବିବାହ କଲେ ସ୍ୱାମୀ | ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଦୋରା ଗୁଡା ଥାନା ଅନ୍ତର୍ଗତ କାର୍ଲି ଗ୍ରାମର ପିଲିମନ ନାଏକଙ୍କ ଝିଅ ଭାଗ୍ୟବତୀ ନାଏକଙ୍କୁ ୧୯ ଫେବ୍ରୁଆରି ୨୦୧୮ ମସିହାରେ କାଶିପୁର ଥାନା ଅନ୍ତର୍ଗତ ଡୁମେଲ ଗ୍ରାମ ର ମଦନ ନାଏକ ଙ୍କ ପୁଅ ପିତବାସ ନାଏକଙ୍କୁ ବୈଦିକ ରିତି ନୀତିରେ ବାହାଘର ହୋଇଥିଲା ।

ବିବାହ ସମୟରେ ଦାବି ମୁତାବକ ସିଡି ଡିଲକ୍ସ ମୋଟର ସାଇକେଲ,୪ଭରି ସୁନା ଓ ଶକ୍ତିମୂତାବକ ଘର ଉପକରଣ ଦେଇଥିଲେ । ସଂସାର ଠିକ୍ ରେ ଚାଲିଥିଲା ଓ ସ୍ତ୍ରୀ ମଧ୍ୟ ଗର୍ଭବତୀ ହେଲେ । ବିବାହର ୭ ମାସ ପରେ ଗର୍ଭବତୀ ସ୍ତ୍ରୀ କୁ ଶଶ୍ଵୁର ଘରେ ଛାଡ଼ିଦେଇ କୁମ୍ବାରସିଳା ଗ୍ରାମର ପାପାଲି ନାଏକ ନାମକ ଝିଅକୁ ଦ୍ୱିତୀୟ ବିବାହ କରିଥିଲେ । ଭାଗ୍ୟବତୀ ଙ୍କର ୩୧ ନଭେମ୍ବର ୨୦୧୮ ମସିହାରେ କନ୍ୟା ସନ୍ତାନ ଟିଏ ଜନ୍ମହୋଇଥିଲା । ପ୍ରଥମ ସ୍ତ୍ରୀ କିମ୍ବା ଝିଅକୁ ଦେଖାଶୁଣା ନକରିବା ରୁ ଦୋରା ଗୁଡା ଥାନାରେ ୨୯ ଜୁନ ୨୦୧୯ ତାରିଖରେ କେସ ନଂ ୪୧/୧୯ ଦଫା ୪୯୮(A)/୪୯୪/୩୪ ଆପିସି,ଆର ଡବ୍ଲ୍ୟୁ ସେକ୍ସନ ୪ ଡ଼ି ପି ଧାରା ରେ ରୁଜୁ କରାଯାଇଥିଲା ।

ଉଭୟ ପକ୍ଷ ଙ୍କୁ ଡକାଯାଇ ମାଁ ଓ ଝିଅ ର ଭରଣ ପଷଣ ପାଇଁ ମାସିକ ୬ ହଜାର ଟଙ୍କା ଦେବା ପାଇଁ ସ୍ଵା ପିତବାସ ନାଏକ ଚୁକ୍ତିବଦ୍ଧ କରିଥିଲେ । ଚୁକ୍ତିବଦ୍ଧ କଥା କଥାରେ ହିଁ ରହିଗଲା । ଭାଗ୍ୟବତୀ ର ଭାଗ୍ୟ ବିଡମ୍ବନା ଭଗବାନ ଦାଉ ସାଜିଲା କୈାଣସି ଏକ ଅଜଣା ରୋଗରେ ୧୦ ମାସ ହେଲା ଶଯ୍ୟାଶାୟୀ ଅଣ୍ଟା ଠାରୁ ତଳକୁ କୈାଣସି ଅଙ୍ଗ କାମ କରୁନାହିଁ । ବାପା ପିଲିମନ ନାଏକ ଜଣେ ଛୋଟ ବ୍ୟବଶାୟୀ ଗାଁ ଗାଁ ବୁଲି ବ୍ୟବସାୟ କରେ ବ୍ୟବସାୟରେ ଯାହା ମିଳେ ପରିବାର ପ୍ରତିପୋଷଣ ସହିତ ଝିଅ କୁ ବିଭିନ୍ନ ମେଡିକାଲ କୁ ନେଇ ଚିକିତ୍ସା କରୁଥିଲେ । ଟଙ୍କା ସରିଗଲା ପରେ ଭଗବାନ ଙ୍କ ଉପରେ ଛାଡି ଘରେ ପକେଇ ରଖିଛନ୍ତି ।

ଘରେ ଥିବା ସୂନା ବିକ୍ରି କରି ଚିକିତ୍ସା କରାଇଲେ । ଘରେପୁଣି ଆଉ ଜଣେ ଦିବ୍ୟାଙ୍ଗ ଝିଅ ଯିଏକି ଚାଲି ପାରୁନାହିଁ କି କଥା ମଧ୍ୟ କହିପାରୁ ନାହିଁ । ଏପଟେ ଘର ଚଳେଇବ ନା ଝିଅର ଚିକିତ୍ସା କରିବ ନାତୁଣିର ଭବିଷ୍ୟତ ଦେଖିବ । ଉଚ୍ଚ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ସରକାରୀ ସାହାଯ୍ୟ ହେଲେ ବଞ୍ଚିଯାଇଥାନ୍ତା ଜିବନ ବୋଦଳୀ ଯାଇଥାନ୍ତା ଭାଗ୍ୟ ଉଜ୍ଜ୍ବଳ ହୋଇପାରନ୍ତା ନାତୁଣି ରଚନା ର ଭବିଷ୍ୟତ । ଭାଗ୍ୟବତୀ ଙ୍କୁ କେବେ ମିଳିବ ନ୍ୟାୟ। ଦୋଶୀକୁ କେବେ ମିଳିବ ଦଣ୍ଡ ତାହା ଦେଖିବାକୁ ରହିଲା ପୋଲିସ ପ୍ରଶାସନ ଓ ଶ୍ବାସ୍ଥ୍ୟ ବିଭାଗ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।