ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଡାଇଲିସିସ୍ ୟୁନିଟ ସ୍ଥାପନ ପାଇଁ ଦାବି

0
160
ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୩୦/୩) : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଡାଇଲେସିସ୍ ସେବା ଚାଲୁକରିବା ପାଇଁ ଆଜି ପରିବର୍ତ୍ତନ ଗୃପ ପକ୍ଷରୁ ସ୍ଥାନୀୟ ସିଡିଏମଓଙ୍କ କାର୍ଯ୍ୟାଳୟ ଘେରାଉ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ହଜାର ହଜାର କିଡନୀ ରୋଗୀ ଥିବା ବେଳେ ଶହ ଶହ ଲୋକ ପ୍ରତିଦିନ ଡାଇଲିସିସ୍ ର ଆବଶ୍ୟକତା ରହିଛି ।9e5518ef fdde 43cd b0cf 7be4c08e2895 ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଡାଇଲିସିସ୍ ୟୁନିଟ ସ୍ଥାପନ ପାଇଁ ଦାବି

ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଏହି ସେବା ଯୋଗାଇବା ପାଇଁ ଭିତ୍ତିଭୂମୀର ବିକାଶ କରି ଆବଶ୍ୟକୀୟ ଉପକରଣ ରଖାଯାଇ ଡାକ୍ତରମାନଙ୍କୁ ତାଲିମ ମଧ୍ୟ ଦେଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଡାଇଲିସିସ ମେସିନ ମହଜୁଦ ଥିବା ବେଳେ ତାଲିମପ୍ରାପ୍ତ ଡାକ୍ତର ମଧ୍ୟ ଅଛନ୍ତି ।

ତେବେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଇଲିସିସ ସେବା ଅଦ୍ୟାବଧି ଆରମ୍ଭ ହୋଇପାରି ନାହିଁ । ବିଭିନ୍ନ ସମୟରେ ସ୍ଥାନୀୟ ଲୋକ ତଥା ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କ୍ରମାଗତ ଭାବରେ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ ହେଁ ଏହାର ସମାଧାନ ନ ହେବାରୁ ଆଜି ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପରିବର୍ତ୍ତନ’ ପକ୍ଷରୁ ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକ ଙ୍କ ନେତୃତ୍ୱରେ ଅନେକ ନେତା ,ସଚେତନ ନାଗରିକ ଙ୍କସହ ଅନେକ କିଡିନୀ ରୋଗୀମାନଙ୍କୁ ଧରି ଆଜି ସିଡିଏମ୍ ଓ ଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଆନ୍ଦୋଳନ କରାଯାଇଛି ।

ଯେ ପର୍ଯ୍ୟନ୍ତ ଡାଇଲିସିସ ସେବା ଆରମ୍ଭ ନ ହେବ ଆନ୍ଦୋଳନ ଜାରି ରହିବ ବୋଲି ଦୁର୍ବାର ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ମାନେ । ଅପରପକ୍ଷରେ ଆସନ୍ତା ୮ ତାରିଖ ସୁଦ୍ଧା ଡାଇଲିସିସ ସେବା ଆରମ୍ବ କରାଯିବା ନେଇ ସିଡିଏମଓଙ୍କ ଲିଖିତ ପ୍ରତିଶୃତି ପରେ ଆଜିର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ଆଜିର ଆନ୍ଦୋଳନ ରେ ଅନ୍ୟମାନଙ୍କ ସହ ଦଶଦିପ୍ତ ମହାପାତ୍ର, ସୁରେଶ ପାତ୍ର, ଶ୍ରଦ୍ଧାଞ୍ଜଳି ମିଶ୍ର,ସତ୍ୟନାରାୟଣ ମିଶ୍ର,ବାସୁଦେବ ବେହେରା,ସଂକର୍ଷଣ ବାଘ,କେଶବ ସାହୁ,ବନମାଳୀ ପ୍ରଧାନ, ସଂଜିବ ସାହୁ ପ୍ରମୁଖ ଙ୍କସହ ଅନେକ ନେତାମାନେ ଯୋଗଦେଇଥିଲେ ।