ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ବାର୍ଷିକୋତ୍ସବ ୨୦୨୨ ପାଳିତ

0
195
ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୩୧/୦୩) : ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ବାର୍ଷିକୋତ୍ସବ ୨୦୨୨ ପାଳିତ ହୋଇଯାଇଛି ।WhatsApp Image 2022 03 31 at 12.30.02 PM ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ବାର୍ଷିକୋତ୍ସବ ୨୦୨୨ ପାଳିତ

ଉତ୍ସବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମନୋଜ କୁମାର ପାଠୀଙ୍କ ସଭାପତିତ୍ୱରେ ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ପୂର୍ନେନ୍ଦୁ ତ୍ରିପାଠୀ ଯୋଗ ଦେଇଥିଲା ବେଳେ ସମ୍ମାନୀତ ଅତିଥି ଭାବରେ ହରଭଙ୍ଗା ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରିୟନାଥ ଶର୍ମା ଏବଂ ବୌଦ୍ଧ ଓମେନ୍ସ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରବୀନ୍ଦ୍ରନାଥ ଗୁରୁ ଯୋଗ ଦେଇଥିଲେ ।

ବାଉଁସୁଣୀ କଲେଜ ଅଧ୍ୟକ୍ଷ ମାନଭଞ୍ଜନ ତ୍ରିପାଠୀ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଚିତ ଶିକ୍ଷା ଲାଭ ର ମାର୍ଗ ଦର୍ଶନ କରିଥିଲେ । ଚଳିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କ୍ରୀଡ଼ାବିତ ମାନଙ୍କୁ ମାନପତ୍ର ସହିତ ଟ୍ରଫି, ବାଳକ ବାଳିକା ବିଭାଗ ର ଚମ୍ପିଆନ ଟ୍ରଫି ସାଙ୍ଗକୁ ବିଗତ ବର୍ଷ ସି ଏଚ ଏସ ଇ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ପି ଇ ଟି ରଞ୍ଜନ କୁମାର ପାଣିଗ୍ରାହୀ ଅତିଥି ପରିଚୟ ଦେଇଥିବା ବେଳେ ଇତିହାସ ବିଭାଗ ଅଧ୍ୟାପକ ସଦାଶିବ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଧ୍ୟକ୍ଷ ମନୋଜ କୁମାର ପାଠୀ, ଛାତ୍ରୀ ସୋନାଲି, ସୁଶ୍ରୀ ସଂଗୀତା ଏବଂ ଛାତ୍ର ସପନ ପୃଷ୍ଟି । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଉତ୍ସବରେ ବହୁ ଜନ ସମାଗମ ଦେଖିବାକୁ ମିଳିଥିଲା ।