ଜୟବ୍ରତ ଦେ ମାମଲା : ଘରୁ ମିଳିଲା ଦେଶୀ ପିସ୍ତଲ ଓ ଗୁଳି

0
122
ଜୟବ୍ରତ ଦେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୦୨/୦୪) : ସମ୍ବଲପୁର ର ବହୁଚର୍ଚ୍ଚିତ ଜୟବ୍ରତ ଦେ ମାମଲାରେ ଘଡିକେ ଘୋଡା ଛୁଟୁଛି । ବିଗତ ୨୩ ତାରିଖରେ ଧନୁପାଲି ଥାନାରେ ଆଇ.କେ. କନଷ୍ଟ୍ରକସନ ର ମାଲିକ ଇଫତିକାର ଖାନଙ୍କୁ ସାକ୍ଷୀପଡା ନିବାସୀ ଜୟବ୍ରତଓ ତାଙ୍କର ପୁତ୍ର ରୋଚିତ ଦେ ତାଙ୍କର ନିର୍ମାଣ ସ୍ଥଳକୁ ଆସି ଧମକ ଦେଇଥିଲେ ।

ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ପ୍ରାୟ ୨ ମାସ ତଳେ ଜୟବ୍ରତ ଦେ ଓ ତାଙ୍କ ପୁତ୍ର ଏକ ବଲେନୋ କାରରେ ଖାନଙ୍କ ନିର୍ମାଣସ୍ଥଳକୁ ଆସି ଏକ ପିସ୍ତଲ ଦେଖାଇ ଧମକଚମକ ଦେଇ ୨ ଲକ୍ଷ ଟଙ୍କା ଦେବା ପାଇଁ କହିଥିଲେ । ବିନା ବଟି ଟଙ୍କାରେ କୌଣସି କାମ କରି ପାରିବ ନାହିଁ ବୋଲି ଧମକ ଦେଇଥିଲେ ।

ଏହାର ପ୍ରାୟ ୭ ଦିନ ପରେ ତାଙ୍କର ଘନିଷ୍ଠ ସାଥି ଦେବାଶିଷ ପୁରୋହିତ ଖାନଙ୍କ ନିର୍ମାଣସ୍ଥଳକୁ ଆସି ତୁରନ୍ତ ଟଙ୍କା ନ ଦେଲେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଧମକ ଦେଇଥିଲେ । ଏଣୁ ଖାନ ଭିତତ୍ରସ୍ତ ହୋଇ ମାର୍ଚ୍ଚ ମାସରେ ୧ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଏହି ଅଭିଯୋଗ ଆଧାରରେ ଧନୁପାଲି ଥାନାରେ ମାମଲା ରୁଜୁ କରାଯାଇଛି ।