ଟ୍ରକ ଧକ୍କା ରେ ଯୁବ ସମ୍ବଲପୁରୀ ଗାୟକଙ୍କ ଶୋଚନୀୟ ମୃତ୍ୟୁ : କଳାକାର ଓ ଶ୍ରୋତା ଙ୍କ ମହଲରେ ଶୋକ

0
235

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୧୯/୦୭) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଗୁଡ଼ିଘାଟ ଗ୍ରାମ ପଞ୍ଚାୟତ ର ସମ୍ବଲପୁରୀ ଗାୟକ କିଶୋର ହରପାଲ (୨୭) ଙ୍କ ହାଇଦ୍ରାବାଦ ନିକଟ ହଜୁରାବାଦ ଠାରେ ଟ୍ରକ ଧକ୍କା ରେ ଗତ ସୋମବାର ଶୋଚନୀୟ ମୃତ୍ୟୁ ବରଣ କରିଥିବା ଜଣାଯାଇଛି ।WhatsApp Image 2021 07 20 at 7.27.23 AM ଟ୍ରକ ଧକ୍କା ରେ ଯୁବ ସମ୍ବଲପୁରୀ ଗାୟକଙ୍କ ଶୋଚନୀୟ ମୃତ୍ୟୁ : କଳାକାର ଓ ଶ୍ରୋତା ଙ୍କ ମହଲରେ ଶୋକ

ଟ୍ରକ ଧକ୍କା ରେ ତାଙ୍କ ମୃତ୍ୟୁ ଖବର ଶୁଣି ଅନେକ କଳାକାର ଓ ଶ୍ରୋତା ଙ୍କ ମହଲ ରେ ଶୋକ ର ଛାୟା ଖେଳିଯାଇଛି । ତାଙ୍କ ମୃତ ଶରୀର କୁ ଆମ୍ବୁଲାନ୍ସ ଯୋଗେ ଅଣାଯାଉଥିବା ସୂଚନା ମିଳିଛି ।

ବଲାଙ୍ଗୀର ଜିଲ୍ଲାର ଏହି ସମ୍ବଲପୁରୀ ଗାୟକ ଭାବେ ବେଶ ପରିଚିତ ଥିବା ହରପାଲ , ଫିଟକୀ ବାଲି, ଦିଲ ମୋର ପାଗଲ, ପରି ହିଟ ସମ୍ବଲପୁରୀ ଗୀତ ରେ ସୁନାମ ଅର୍ଜନ କରିଥିବା ବେଳେ ଅନେକ ଗୀତ ରେ କଣ୍ଠଦାନ କରିଥିଲେ ।

ତାଙ୍କ ଶେଷ ଦର୍ଶନ ପାଇଁ ଅନେକ କଳାକାର ଓ ଶ୍ରୋତା ତଥା ଆତ୍ମୀୟ ସ୍ଵଜନ ଅନେକ ସଂଖ୍ୟାରେ ଗ୍ରାମ ରେ ଅପେକ୍ଷା କରିଛନ୍ତି ।