ପାରଳାଖେମୁଣ୍ଡି ରେ କିନ୍ନର ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ବହୁଚାରା ଚା’ ଦୋକାନ ଉଦ୍ଘାଟନ

0
197
ପାରଳାଖେମୁଣ୍ଡି ରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୪/୦୪) : ଗତକାଲି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ଏକ ଭିନ୍ନ ରକମ୍ ର ଚା’ ଦୋକାନ ଉଦ୍ଘାଟିତ ହୋଇଯାଇଛି ।

ଖବର ନେବାରେ ଜଣାପଡିଛି କି ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସାମାଜିକ ସୁରକ୍ଷା ବିଭାଗ ଦ୍ଵାରା ପାରଳାଖେମୁଣ୍ଡି ରେ କିନ୍ନର ମାନଙ୍କ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଏକ ଚା’ ଦୋକାନ କୁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଓ ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ ଉଦ୍ଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ସାମାଜିକ ସୁରକ୍ଷା ଅଧିକାରୀ ପାରଳା ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠି ଉପସ୍ଥିତ ଥିଲେ । ସାମାଜିକ ସୁରକ୍ଷା ବିଭାଗ ତରଫରୁ ୫୦ ହଜାର ଟଙ୍କା ର ଚେକ୍ ଏହି କିନ୍ନର ମାନଙ୍କୁ ସହାୟତା ରାଶି ପ୍ରଦାନ କରା ଯାଇଥିଲା ସେମାନେ ଖୁସି ପ୍ରକଟ କରିଛନ୍ତି ।