ଏଚ.ଆଇ.ଭି./ଏଡ୍ସ ରେ ପିଡିତା ବିଧବା ନିଜ ନଅ ବର୍ଷର ଝିଅ କୁ ବିକ୍ରି ନେଇ ରାଜି ନ ହେବା ମାମଲା

0
182
ଏଚ.ଆଇ.ଭି./ଏଡ୍ସ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, ତା(୦୪/୦୪) : ନିଜକୁ ଭର୍ସନା ର ଶିକାର ଜଣେ ଏଚ.ଆଇ.ଭି./ଏଡ୍ସ ରେ ମହିଳା ନିରାଶ ହୋଇ ଶେଷରେ ରାଜ୍ୟ ମାନବାଧିକାର କମିଶନର ଓ ମହିଳା କମିଶନର ଙ୍କ ନିକଟରେ ନ୍ୟାୟ ଆଶାରେ ଅପେକ୍ଷା କରିଛନ୍ତି, ପ୍ରମୋଦିନି ଶେଖ (ଛଦ୍ମନାମ) ।

ଏଚ.ଆଇ.ଭି./ଏଡ୍ସ ରେ ପିଡିତା ବିଧବା ମହିଳା ଜଣକ ଦିନ ମଜୁରୀ କରି ସ୍ଵାମୀ ଙ୍କ ମୃତ୍ୟୁ ପରେ ଦୁଇ ସନ୍ତାନ କୁ ପାଳିବା ପାଇଁ ଗତ ୧୦ ମାସ ଧରି ଅକ୍ଲାନ୍ତ ପରିଶ୍ରମ କରି ତାଙ୍କୁ ପାଠ ପଢେଇ ଆସୁଥିବା ବେଳେ ତାଙ୍କ ଆବେଦନ, ଅଭିଯୋଗ ସତ୍ତ୍ୱେ ନିରାଶ ହୋଇ ନ୍ୟାୟ ନ ପାଇ ଶେଷରେ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟ ଅଧିକାରୀ ଙ୍କୁ ଦୁଇ ଦିନ ଧରି ଅପେକ୍ଷା କରିଛି ।

ବଲାଙ୍ଗୀର ଜିଲ୍ଲା ର ବରିଷ୍ଠ ଅଧିକାରୀ ଙ୍କୁ ଅନେକ ଥର ଲିଖିତ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ୱାମୀ ଗତ ବର୍ଷ ମାର୍ଚ୍ଚ ମାସ ରେ ହଠାତ ମୃତ୍ୟୁ ବରଣ କରିଥିଲେ । ଅନ୍ୟ କେହି ସାହା, ଭରସା ନ ଥିବା ଜାଣି ନିଜକୁ ଦେବଗଡ ଜିଲ୍ଲା ର ଜଗଦୀଶ ମୁଣ୍ଡା ବୋଲି ପରିଚୟ ଦେଇ ତାଙ୍କ ଗୋଟିଏ ୬ ବର୍ଷ ର ପୁଅ ଓ ନଅ ବର୍ଷୀୟ ଝିଅ ମଧ୍ୟ ରୁ ଝିଅ କୁ ନେଇ ଯିବ କହି ଟଙ୍କା ର ପ୍ରଲୋଭନ ଦେଖାଇ ଥିଲା ।

ହେଲେ ପ୍ରମୋଦିନି ରାଜି ନ ହେବାରୁ ତାକୁ ଗୁରୁତର ଭାବେ ଆକ୍ରମଣ କରି ଗୁରୁତର ଆହତ କରି ଦେଇଥିଲା । ତାଙ୍କୁ ତାଙ୍କ ଗ୍ରାମ ରୁ ଆମ୍ବୁଲାନ୍ସ ଯୋଗେ ଗ୍ରାମବାସୀ ଆଣିଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରେଇ ଥିଲେ । ଉକ୍ତ ଅଭିଯୁକ୍ତ ଶେଷରେ ଵିଵାହ ପ୍ରତିଶୃତି ଦେଇ ଥିବାରୁ ଟିଟିଲାଗଡ଼ କୋର୍ଟ ରେ ଆବେଦନ ମଧ୍ୟ ଉଭୟ କରିଥିଲେ ।

ହେଲେ ପରେ କୋର୍ଟ ର ତାରିଖରେ ହଜାର ହେବା ପୂର୍ବରୁ ପୁନଃ ସେ ଝିଅ କୁ ନେଇ ଯିବ ଓ ଫେରି ଆସିବି କହିଥିଲା । ରାଜି ନ ହେବା ରୁ ପୁନଃ ଆକ୍ରମଣ କରି ଉଭୟ ମାଆ ଓ ଝିଅ ଙ୍କୁ ମଦ୍ୟପାନ ଅବସ୍ଥା ରେ ଛାଡ଼ିଦେଇ ଥିଲା । ବାଧ୍ୟ ହୋଇ ଉକ୍ତ ଅଭିଯୁକ୍ତ ଜଗଦୀଶ ବିରୋଧରେ ଓ ତା ର ଦୁଇ ଜଣ ମହିଳା ସହଯୋଗୀ ଓ ଦୁଇ ଜଣ ବ୍ୟକ୍ତି ଯେଉଁ ମାନେ ସହଯୋଗ ସହ ରାଜ୍ୟ ବାହାରକୁ ଯିବେ ଓ ଛାଡି ପୁଣି ଫେରି ଆସିବେ କହୁଥିଲେ ସେ ସବୁ ଟିଟିଲାଗଡ଼ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ।

ପୋଲିସ ଏକ ସ୍ୱତନ୍ତ୍ର ଆନ୍ତଃ ରାଜ୍ୟ ଯୁବତୀଙ୍କୁ ବିବାହ ଆଳରେ ନେଇ ବିକ୍ରି କରିଥିବା ପ୍ରମୋଦିନି ଜାଣି ପାରିଥିଲେ । ସେ ସବୁ ପୋଲିସ ଥାନା ରେ ଅଭିଯୋଗ ପରେ ପୋଲିସ କେବଳ ଜଗଦୀଶ କୁ କୋର୍ଟ ଚାଲାଣ କରିଥିଲା । ହେଲେ ସେ ପୁନଃ ବେଲ ରୁ ବାହାରି ଟିଟିଲାଗଡ଼ ଓ ଆଖ ପାଖ ଅଞ୍ଚଳରେ ଏଭଳି ରେକେର୍ଟ ଚଳାଇ ଥିବା ଅନ୍ୟ ସହଯୋଗୀ ଙ୍କୁ ଗୀରଫ କରିବା ନେଇ ଦାବି କରିଛନ୍ତି ।

ଶେଷରେ ପ୍ରମୋଦିନି ଏ ନେଇ ରାଜ୍ୟ ମହିଳା କମିଶନର ଓ ମାନବାଧିକାର କମିଶନର ତଥା ମୁଖ୍ୟ ଶାସନ ସଚିବ ଙ୍କୁ ଡାକ ଯୋଗେ ଲିଖିତ ଅଭିଯୋଗ କରିଥିଲେ । ହେଲେ ପରିତାପର ବିଷୟ, ସେ ଅଭିଯୁକ୍ତ ଖୋଲା ରେ ବୁଲୁଥିଲା ବେଳେ ଆଜି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ।

ବି.ଦ୍ର. : ପ୍ରମୋଦିନି ନିଜେ ଏଚ.ଆଇ.ଭି./ଏଡ୍ସ ରେ ସଂକ୍ରମିତ ଓ ତାଙ୍କ ସ୍ୱାସ୍ଥ୍ୟ ବସ୍ତା ବିଗିଡିବା ରେ ଲାଗିଛି ହେଲେ ଏ ନେଇ ତାଙ୍କୁ ମୃତ ସ୍ୱାମୀ ଙ୍କ ମୃତ୍ୟୁ ପରେ ସହାୟତା ରାଶି ଓ ମାସିକ ବିଧବା ଭତ୍ତା କିମ୍ବା ଘର ଖଣ୍ଡିଏ ନାହିଁ । ଆଶ୍ରୟ ନେଇଥିବା ଘରେ ତାଙ୍କ ମୃତ୍ୟୁ ପରେ ତାଙ୍କର ଦୁଇ ସନ୍ତାନ ଙ୍କୁ କିଏ ପାଳିବ ?

ଏ ନେଇ ନ୍ୟାୟ ପ୍ରଦାନ ସହ ସନ୍ତାନ ଙ୍କୁ ଥଇଥାନ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଦୁର୍ବଳତା ସତ୍ତ୍ୱେ ଟ୍ରେନ ରେ ଭୁବନେଶ୍ୱର ପହଞ୍ଚି ଦୁଇ ଦିନ ଧରି କମିଶନର ଙ୍କ କାର୍ଯ୍ୟାଳୟ ଆଗରେ ଆଶ୍ରୟ ନେଇଛନ୍ତି । ଗତ କାଲି ରବିବାର ବେଳେ ଆଜି ସେ କମିଶନର ଙ୍କୁ ସାକ୍ଷାତ କରିବେ ଓ ଶେଷ ଥର ନିଜ ଦୁଖଃ ଜଣେଇବା ଆଶାରେ ଅପେକ୍ଷା ରତ । କେଉଁ ଭଳି ଏହି ରେକେଟ ର ମୂଳ ପୋଛ ହୋଇ ପାରିବ ଓ ପ୍ରମୋଦିନି ଙ୍କୁ କଣ ନ୍ୟାୟ ମିଳିବ ଦେଖିବାକୁ ବାକି ଅଛି ।