ଆନ୍ଧ୍ର ପ୍ରଦେଶରେ ସୃଷ୍ଟି ହେଲା ଆଉ ୧୩ ନୂଆ ଜିଲ୍ଲା : ସଂଖ୍ୟା ଜିଲ୍ଲା ୨୬କୁ ବୃଦ୍ଧି

0
151
ଆନ୍ଧ୍ର ପ୍ରଦେଶରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ହାଇଦ୍ରାବାଦ, (୦୪/୦୪) : ଆନ୍ଧ୍ର ପ୍ରଦେଶରେ ୧୩ଟି ନୂଆ ଜିଲ୍ଲା ସୃଷ୍ଟି କରାଯାଇ ସମୁଦାୟ ଜିଲ୍ଲା ସଂଖ୍ୟା ୨ ଗୁଣ ବା ୨୬ କୁ ବୃଦ୍ଧି କରାଯାଇଛି । ସୋମବାର ମୁଖ୍ୟମନ୍ତ୍ରୀ ଜଗନ୍‌ ମୋହନ ରେଡ୍ଡୀ ଉକ୍ତ ନୂଆ ଜିଲ୍ଲାଗୁଡ଼ିକୁ ଉଦ୍‌ଘାଟନ କରିବେ ।

ଏହାଛଡ଼ା ଆନ୍ଧ୍ର ପ୍ରଦେଶରେ ଏପ୍ରିଲ୍‌ ୭ ତାରିଖରେ ମନ୍ତ୍ରୀ ପରିଷଦ୍‌ ର ଏକ ବୈଠକ ମଧ୍ୟ ବସିବ । ଏଥିରେ ରାଜ୍ୟ ଚଳାଇବା ପାଇଁ ନୂଆ ଟିମ୍‌ ନିୟୋଜନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ବିଚାରବିମର୍ଶ କରାଯିବ । ଏ ସଂକ୍ରାନ୍ତରେ ଜାରି ବିବୃତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛିନ୍ତି, ଏହି ସ୍ମରଣୀୟ ଦିନରେ ଜନସାଧାରଣଙ୍କ ଅନ୍ତର୍ଭୁକ୍ତିକୁ ସମ୍ଭବ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପୋର୍ଟାଲ୍‌ ଏବଂ ପୁସ୍ତିକା ଉନ୍ମୋଚନ କରିବେ । ଏହାଛଡ଼ା ଜିଲ୍ଲା ପାଇଁ ଅଫିସ୍‌ ଆଲଟ୍‌ମେଣ୍ଟ୍‌ ପ୍ରକ୍ରିୟା ଆରମ୍ଭ କରିବା ଲାଗି ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଜଗନ୍‌ ନିର୍ଦ୍ଦେଶ ଦେଇ କହିଛନ୍ତି ।

ଏପ୍ରିଲ୍‌ ୪ ତାରିଖ ସୁଦ୍ଧା ଜିଲ୍ଲା କାର୍ଯ୍ୟାଳୟ ର ପଦବୀ ଗୁଡ଼ିକରେ ଅଧିକାରୀମାନେ ଅବସ୍ଥାନ କରିଥିବା ଆବଶ୍ୟକ । ସବୁ ଗ୍ରାମ ଓ ୱାର୍ଡ ସେକ୍ରେଟେରିଏଟ୍‌ରେ ଅକ୍ଳାନ୍ତ ପରିଶ୍ରମ କରି କାମ କରିଥିବା ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ଏପ୍ରିଲ୍‌ ୬ ତାରିଖରେ ମୁଖ୍ୟମନ୍ତ୍ରୀ ଜଗନ୍‌ ସମ୍ମାନ ପ୍ରଦାନ କରିବେ ।