୫୦ ଫୁଟ ତଳକୁ ଟ୍ରାକ୍ଟର ଖସି ଡ୍ରାଇଭର ମୃତ

0
179
୫୦ ଫୁଟ

ରିପୋର୍ଟ : ଶିବ ବିଶୋଇ //
ଲମତାପୁଟ, (୦୪/୦୪) : ବାଲି ଆଣି ଯିବା ସମୟରେ କୋଟା ଛକ ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ୫୦ ଫୁଟ ତଳକୁ ଖସି ଘଟଣା ସ୍ଥଳରେ ରେ ଡ୍ରାଇଭର ଜଣଙ୍କର ମୃତ୍ୟୁ ଘଟିଛି ।bd 1 ୫୦ ଫୁଟ ତଳକୁ ଟ୍ରାକ୍ଟର ଖସି ଡ୍ରାଇଭର ମୃତ

ଘଟଣା ଅନୁଯାୟୀ ଗତ କାଲି ସକାଳ ରୁ ବାଲି ଆଣିବା ପାଇଁ ନିଜ ଟ୍ରାକ୍ଟର ରେ ନିକଟ କୋଟା ଛକ ମହୁଲି ଯାଇଥିଲେ ଲମତା ପୁଟ ବ୍ଲକ କମେଲ୍ ଗ୍ରାମ ର ଯୁବକ କୃଷ୍ଣ ସିଶା । ତା’ ପରଠୁ କୃଷ୍ଣ ଙ୍କ ର କୌଣସି ଖୋଜ ଖବର ନଥିଲା ।ଘର ଲୋକେ ସନ୍ଧ୍ୟା ପର୍ଯ୍ୟନ୍ତ କିଛି ଖୋଜା ଖୋଜି କରି ନ ଥିଲେ ଏ ପଟେ ସନ୍ଧ୍ୟା ହେବାକୁ ଲାଗିଲା କୃଷ୍ଣ ଙ୍କ ଫୋନ୍ ନ ଲାଗ ବାରୁ ଘର ଲୋକେ ବ୍ୟସ୍ତ ହୋଇ ଖୋଜା ଖୋଜି କରି ଥିଲେ । କିନ୍ତୁ କୌଣସି ଖବର ମିଳି ନ ଥିଲା । ଆଜି ସକାଳେ କୌଣସି ସୂତ୍ରରୁ ଖବର ପାଇ ଜାଣି ଥିଲେ କି ୫୦ ଫୁଟ ତଳକୁ ଟ୍ରାକ୍ଟର ଓଲଟି କୃଷ୍ଣ ଙ୍କ ମୃତ୍ୟୁ ହୋଇଛି ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରାକ୍ଟର ଟି ତିନି ଖଣ୍ଡ ହୋଇ ଯାଇଛି । ଘଟଣା ସ୍ଥଳରେ ବୈପାରିଗୁଡା ପୋଲିସ ପହଞ୍ଚି ମୃତ ଦେହ କୁ ଉଧାର କରି ପୋଷ୍ଟ ମୋଟମ୍ ପାଇଁ ପଠା ଯାଇଥିବା ଜଣା ପଡ଼ିଛି ।