କଲ୍ୟାଣ ମଣ୍ଡପ ଠାରେ ୧୩୧ତମ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ

0
391
କଲ୍ୟାଣ ମଣ୍ଡପ ଠାରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୧୪/୪) : ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତ ର ଶିବ ମନ୍ଦିର ପରିସରରେ ଥିବା କଲ୍ୟାଣ ମଣ୍ଡପ ଠାରେ ଭାରତ ରତ୍ନ ଡ଼କ୍ଟର ଭୀମ ରାଓ ବାବା ସାହେବ୍ ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ପାଳନ ହୋଇ ଯାଇଛି ।3f4ac2b0 dd77 4401 af6e a7af29a1f78d କଲ୍ୟାଣ ମଣ୍ଡପ ଠାରେ ୧୩୧ତମ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ

ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ଶିକ୍ଷକ ସଂଘର ସଭାପତି ଶ୍ରୀ ବିଶ୍ଵନାଥ କାଡ୍ରାକାଙ୍କ ନେତୃତ୍ବରେ କଲ୍ୟାଣ ମଣ୍ଡପ ଠାରେ ବ୍ଲକ୍ ର ସମସ୍ତ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗର ଶିକ୍ଷକ ଓ ଶିକ୍ଷୟତ୍ରୀ ଏକତ୍ର ହୋଇ ଡକ୍ଟର ଭୀମ ରାଓ ବାବା ସାହେବ୍ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୀପ ପ୍ରଜୋଳନ କରି ସଭା କାର୍ଯ୍ୟ ପ୍ରଧାନ ଶିକ୍ଷକ ରାମନାଥ କାଡ୍ରାକାଙ୍କ ଦ୍ଵାରା ପ୍ରାରମ୍ଭ ହୋଇଥିଲା । ଏହାପରେ ଅତିଥି ମାନଙ୍କୁ ମଞ୍ଚାସୀନ ହେବାକୁ ନିମନ୍ତ୍ରଣ କରାଯାଇଥିଲା ।

ଏହି ସଭାରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ର ଅବସର ପ୍ରାପ୍ତ ରାଜସ୍ବ ନିରୀକ୍ଷକ ଶ୍ରି ମୁକୁନ୍ଦଦେବ ମହାନନ୍ଦିଆ ମଞ୍ଚାଶିନ ରହିଥିବା ବେଳେ ମୁଖ୍ୟ ବକ୍ତା ଭାବେ ବ୍ଲକ ମଣ୍ଡଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଚନ୍ଦନ ଦାସ ବାଙ୍ଗାରି ଏବଂ ସମ୍ମାନିତ ଅତିଥି ଭାବେ କଲ୍ୟାଣସିଂହପୁର ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ ବିଜୟ କୁମାର ସେଠୀ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ସ୍ଥାନୀୟ ସରପଞ୍ଚ ସିତାରାମ କାଡ୍ରାକା ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ଶିକ୍ଷକ ସଂଘ ସଭାପତି ବିଶ୍ଵନାଥ କାଡ୍ରାକା ମଞ୍ଚାସିନ ରହିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଉପ ସଭାପତି ଶ୍ରୀ ନାଗେଶ୍ଵର କୌଶଲ୍ୟା, ସମ୍ପାଦକ ଶ୍ରୀ ଅଶୋକ ବିଡିକା, ସହ ସମ୍ପାଦକ ଶ୍ରୀ ଶିବରାମ କାଡ୍ରାକା, କୋଷାଧ୍ୟକ୍ଷ ବିରେନ୍ଦ୍ର କୌଶଲ୍ୟା ଜନଜାତି ଓ ଅନୁସୂଚିତ ଜାତି ର ଶିକ୍ଷକ ଉପସ୍ଥିତ ରହି ଆମ୍ବେଦକର ଙ୍କ ଜୟନ୍ତୀ ପାଳନ କରିଥିଲେ ।