ସତ୍ୟସାଇ ବାବା ଙ୍କ ମନ୍ଦିର ପ୍ରତିଷ୍ଠା ଓ ଫୋଟ ସ୍ଥାପନ

0
323
ସତ୍ୟସାଇ ବାବା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୧୫/୪) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ଦାନୁସାହି ନିକଟ ଦେବଗିରି ଯିବା ରାସ୍ତା କଡରେ ସାଇ ଭକ୍ତଙ୍କ ଦ୍ୱାରା ସତ୍ୟସାଇ ବାବା ଙ୍କ ମନ୍ଦିର ପ୍ରତିଷ୍ଠା ଓ ବାବାଙ୍କ ଫୋଟ ସ୍ଥାପନ କରାଯାଇଛି ।a0b5e6da b581 4822 bd9c 5691f6d1cc65 ସତ୍ୟସାଇ ବାବା ଙ୍କ ମନ୍ଦିର ପ୍ରତିଷ୍ଠା ଓ ଫୋଟ ସ୍ଥାପନ

ଏ ଅବସରରେ ବ୍ରାହ୍ମଣ ଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ପୂଜା ପାଠ କରିବା ପରେ ବାଜା ବାଜଣା ବଜାଇ, ଶଙ୍ଖ, ତୁରୀ ବଜାଇ ସତ୍ୟସାଇ ବାବା ଙ୍କ ଫୋଟ ଚିତ୍ରକୁ ନଗର ପରିକ୍ରମା କରି ମନ୍ଦିରରେ ସ୍ଥାପନ କରିଥିଲେ । ଅପରାହ୍ନରେ ହୋମଯଜ୍ଞ ପୂର୍ଣ୍ଣାହୁତି କରିଥିଲେ । ଏଅବସରରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ସତ୍ୟସାଇ ଭକ୍ତ ଓ ଗରିବ ଲୋକଙ୍କୁ ଭୋଜନ ବ୍ୟବସ୍ଥା କରିଥିଲେ ।614e69a1 e33d 4a54 b5eb afeaed93394b ସତ୍ୟସାଇ ବାବା ଙ୍କ ମନ୍ଦିର ପ୍ରତିଷ୍ଠା ଓ ଫୋଟ ସ୍ଥାପନ

ଏଥିରେ ଜିଲା ସଭାପତି ଏସ ରାମଣା ମୂର୍ତ୍ତି, ଭୁବନେଶ୍ୱର ସତ୍ୟସାଇ ସେବା ସଂଘର ରାଜ୍ୟ ଉପସଭାପତି ରସରାଜ ଠାକୁର, ସ୍ଥାନୀୟ ସତ୍ୟ ସାଇ ସଂଘ ସଭାପତି ସାଙ୍ଗମ ନୀଳକଣ୍ଠ, ଯୁବ ସଭାପତି ସିଲା ନିରଞ୍ଜନ ସମେତ ବହୁ ଭକ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସତ୍ୟସାଇ ବାବାଙ୍କ ମନ୍ଦିର ନିର୍ମାଣ ପାଇଁ ଗୁଡୁଲ୍ଲା ପ୍ରସାଦ ରାଓ ଭୂମି ଦାନ କରିଛନ୍ତି ଏବଂ ସତ୍ୟ ସାଇ ମନ୍ଦିର କମିଟି ର ପ୍ରବାରି ଦାୟିତ୍ୱ ରେ ଥିବା କହିଛନ୍ତି ।