ଅଚିହ୍ନା ଯୁବକ ଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

0
183
ଅଚିହ୍ନା ଯୁବକ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର/କଣ୍ଟାବାଞ୍ଜି, ତା(୧୫/୦୪) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନ ନିକଟରେ ଥିବା ବିଦ୍ୟୁତ କାର୍ଯ୍ୟାଳୟ ପାଖ ଏକ ପରିତ୍ୟକ୍ତ ନାଳରୁ ଜଣେ ଅଚିହ୍ନା ଯୁବକ ଙ୍କ ର ମୃତଦେହ ପଡ଼ିଥିବା ପୋଲିସ ନିକଟ ରୁ ସୂଚନା ମିଳିଛି ।

ପାରିପାର୍ଶ୍ବିକ ସ୍ଥିତି କ୍ରମେ ମୃତ ଅଚିହ୍ନା ଯୁବକ ଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଶାଗୁଆନ ଗଛ ଜଙ୍ଗଲ ଥିବା ଯୋଗୁ ଏଠାକୁ ଲୋକେ ଶୌଚ ପାଇଁ ଆସିଥାନ୍ତି । କୌଣସି ଲୋକ ଶୌଚ ପାଇଁ ଆସିଥିବା ବେଳେ ନାଳରେ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ । ପୁଲିସକୁ ଖବର ଦେବା ପରେ କଣ୍ଟାବାଞ୍ଜି ଥାନା ପୋଲିସ, ତଥା ରେଳବାଇ ଜିଆରପି ଓ ଆରପିଏଫ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ଶବଟି ପଚିଯାଇଥିବା ବେଳେ ତାର ମୁଣ୍ଡ ପାଖରେ ଦୁଇଟି ବାଲି ବସ୍ତା ପଡ଼ିଥିବାର ଦେଖିବାକୁ ମିଳିଛି । ଯୁବକ ଜଣକ ଉଲଗ୍ନ ଅବସ୍ଥାରେ ଥିବା ଦେଖାଯାଇଛି । କିଛି ସମୟ ପରେ ବଲାଙ୍ଗୀର ସାଇଣ୍ଟିଫିକ ଦଳ ପହଞ୍ଚି ଏହାର ତଦନ୍ତ କରିବେ ବୋଲି ଥାନା ଅଧିକାରୀ ସତ୍ୟଜିତ କାଣ୍ଡଲକେଲ କହିଛନ୍ତି ।