ଅବକାରୀ ଧରପଗଡ଼, ଚୋରାଚାଲାଣ ହେଉଥିବା ଦୁଇ କ୍ୱିଣ୍ଟାଳ ଗଂଜେଇ ଜବତ, ତିନିଜଣ ଗିରଫ

0
302
ଅବକାରୀ ଧରପଗଡ଼

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, (୧୫/୦୪) : ଅବକାରୀ ଧରପଗଡ଼ ! ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂ ଅବକାରୀ ବିଭାଗ ନିଯୁକ୍ତି ପରେ ରାଜ୍ୟରେ ଯେପରି ଅବକାରୀ ବିଭାଗରେ ଚଳଚଞ୍ଚଳ ହୋଇପଡ଼ିଛି ।

ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଅବକାରୀ ଅଧିକ୍ଷକ ଶ୍ରୀମତି ନିନା ଅବକାରୀ ଧରପଗଡ଼ ବେଉରାଙ୍କ ତତ୍ତ୍ୱାବଧାନରେ ଅବକାରୀ ଅଫିସର ସୂର୍ଯ୍ୟ ନାରାୟଣ ରଥ ଏବଂ ତାଙ୍କ ଟିମ ମେମ୍ବର ଚନ୍ଦନ ପାଣି, କରୁଣାକର ପାତ୍ର, ପି. ଧର୍ମାରାଓ, ବିଷ୍ଣୁଦାସ ବେବର୍ତା ମିନାଝୋଲା ମୂଖ୍ୟ ରାସ୍ତା ଠାରେ ରାଯଗଡ଼ରୁ ଉତ୍ତରପ୍ରଦେଶ କୁ ଚୋରା ଚାଲାଣ କରୁଥିବା ଟ୍ରକ ନମ୍ବର UP 75M 2272 ସହ ଗାଡିର ମାଲିକ ଜଗଦୀଶ ନାରାୟଣ ଯାଦବ ଗାଡ଼ି ଚାଳକ ଅଜୟ ଯାଦବ, ହେଲ୍ପର ସୁନୀଲ ତରବାକୁ ଅଟକାଇ ସମସ୍ତ ନିୟମ ପାଳନ କରି ଦୁଇକ୍ୱିଣ୍ଟାଲ ୪୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ସେମାନଙ୍କୁ ଗିରଫ କରିଛନ୍ତି ।

ସମସ୍ତଙ୍କ ଘର ଉତ୍ତର ପ୍ରଦେଶର ଇଟାୱାରେ ବୋଲି ଜଣାପଡ଼ିଛି । ଜବତ କରିଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି ।