ରାଜଧାନୀ ଡବଲ ମର୍ଡର ର ଘଟଣାରେ ରୋଚକ ତଥ୍ୟ : ହତ୍ୟା ପରେ ପଶ୍ଚାତାପ କରିଥିଲା ଅଭିଯୁକ୍ତ

0
130
ରାଜଧାନୀ ଡବଲ ମର୍ଡର

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୪/୦୪) : ରାଜଧାନୀ ଡବଲ ମର୍ଡର ଘଟଣାରେ ପୋଲିସ ସୂତ୍ରରୁ ଏକ ରୋଚକ ତଥ୍ୟ ମିଳିଛି । ପୋଲିସ ଆଗରେ ହତ୍ୟା ର କାରଣ ବଖାଣୁଛି ଅଭିଯୁକ୍ତ ।WhatsApp Image 2022 04 24 at 12.37.12 PM ରାଜଧାନୀ ଡବଲ ମର୍ଡର ର ଘଟଣାରେ ରୋଚକ ତଥ୍ୟ : ହତ୍ୟା ପରେ ପଶ୍ଚାତାପ କରିଥିଲା ଅଭିଯୁକ୍ତ

ଏପରି କ’ଣ ହେଲା ଯେ, ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା କରିବା ପାଇଁ ଚରମ ପଦକ୍ଷେପ ନେଲା । ରାଜଧାନୀ ଡବଲ ମର୍ଡର ର ଘଟଣାରେ ତିନି ଦିନ ଧରି ମୃତଦେହକୁ ଘରେ ରଖିବା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସ୍ତ୍ରୀ ଓ ଶାଳୀ ନିର୍ଯାତନା ଦେଉଥିବାରୁ ରାଗ ର ବଶବର୍ତ୍ତୀ ହୋଇ ଦୁହିଁଙ୍କୁ ଶେଷ କରିଦେବା ପାଇଁ ନିଷ୍ପତ୍ତି ନେଇଥିଲା ବିଜୟ କେତନ ସେଠୀ । ଆଉ ଶେଷରେ ଦୁହିଁଙ୍କୁ ହତ୍ୟା କଲା । ହେଲେ ସ୍ତ୍ରୀକୁ ସେ ଖୁବ୍ ଭଲ ପାଉଥିଲା । ତେଣୁ ରାଗରେ ହତ୍ୟା କରି ଦେବା ପରେ ପଶ୍ଚାତାପ କରୁଥିଲା । ଅନୁମାନ କରାଯାଉଛି, ସେଇଥିପାଇଁ ତିନି ଦିନ ହେଲା ଘରେ ସ୍ତ୍ରୀ ଓ ଶାଳୀ ର ମୃତଦେହ ପକାଇ ରଖିଥିଲା ।

ପୋଲିସ କହିଛି, ସ୍ତ୍ରୀ ର ଶବ ପାଖରେ ଖାଇବା ଓ ପାଣି ରଖୁଥିଲା ବିଜୟ । ସକାଳ ଜଳିଖିଆରେ ସ୍ତ୍ରୀକୁ ବ୍ରେଡ୍ ପସନ୍ଦ ଥିବାରୁ ମୃତଦେହ ପାଖରେ ବ୍ରେଡ୍ ନେଇ ରଖିଥିଲା ବିଜୟ । କିନ୍ତୁ ତିନି ଦିନ ଧରି ଦୁଇ ଝିଅଙ୍କ ସହ ଯୋଗାଯୋଗ ହୋଇ ନପାରିବାରୁ ପରିବାର ଲୋକଙ୍କ ସନ୍ଦେହ ପରେ ସେମାନେ ବିଜୟକୁ ଫୋନ୍ କରିଥିଲେ । ଆଉ ସେତିକି ବେଳେ ମୃତଦେହକୁ ନଷ୍ଟ କରିବା କଥା ବିଜୟ ମୁଣ୍ଡକୁ ଜୁଟିଥିଲା ।

ଆଜି ସକାଳୁ ସେହି ଉଦ୍ଦେଶ୍ୟରେ ବିଜୟ ଘରକୁ ଫେରିଥିବା ବେଳେ ତାକୁ କାବୁ କରିନେଇଥିଲେ ସ୍ଥାନୀୟ ଲୋକ । ପୋଲିସ ବିଜୟକୁ ଗିରଫ କରିଥିବା ବେଳେ ଏଭଳି ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମ୍ନାକୁ ଆସିଛି ।