ତାଳ ତେଲ ରପ୍ତାନି ନିଷିଦ୍ଧ କଲା ଇଣ୍ଡୋନେସିଆ : ଭାରତରେ ଖାଇବା ତେଲ ହେବ ଆହୁରି ମହଙ୍ଗା

0
166
ତାଳ ତେଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୬/୦୪) : ଇଣ୍ଡୋନେସିଆର ତେଲ ଏବଂ ଖାଦ୍ୟ ସାମଗ୍ରୀ ର ଦାମ୍ ବୃଦ୍ଧି ପାଇଛି । ଦରଦାମ ବୃଦ୍ଧି ଉପରେ ଲଗାମ ଲଗାଇବା ପାଇଁ ଇଣ୍ଡୋନେସିଆ ତାଳ ତେଲ ରପ୍ତାନି ଉପରେ କଟକଣା ଲଗାଇଛି ।

ଶୁକ୍ରବାର ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ଘୋଷଣା କରିବା ପରେ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଚଳିତ ମାସ ୨୮ ତାରିଖରୁ ଅନ୍ୟ ଦେଶ ପର୍ଯ୍ୟନ୍ତ ଉକ୍ତ ନିୟମ କାର୍ଯ୍ୟକାରୀ ହେବ । ଇଣ୍ଡୋନେସିଆ ବିଶ୍ୱରେ ତାଳ ତେଲ ର ଏକ ପ୍ରମୁଖ ଉତ୍ପାଦନ ଏବଂ ରପ୍ତାନିକାରୀ ଦେଶ । ତେଣୁ ଇଣ୍ଡୋନେସିଆ ସରକାରଙ୍କ ଏଭଳି ନିଷ୍ପତ୍ତି ଆଗାମୀ ଦିନରେ ବିଶ୍ୱରେ ଖାଇବା ତେଲ ଦାମକୁ ଆହୁରି ବଢ଼ାଇ ଦେବା ଆଶଙ୍କା ସୃଷ୍ଟି ହୋଇଛି ।

ବିଶେଷକରି ଭାରତରେ ତେଲ ଦାମ ବଢ଼ିବା ଆଶଙ୍କା ରହିଛି । ୟୁକ୍ରେନ ଉପରେ ରୁଷ୍‌ ସାମରିକ କାର୍ଯ୍ୟାନୁଷ୍ଠାନ ନେବାପରେ ସୂର୍ଯ୍ୟମୁଖୀ ତେଲ ଯୋଗାଣ ବ୍ୟାହତ ହୋଇଛି । ଏହାର ପ୍ରଭାବରେ ତେଲଦାମ ବଢ଼ିଛି । ବର୍ତ୍ତମାନ ଇଣ୍ଡୋନେସିଆ ସରକାରଙ୍କ ଏଭଳି ନିଷ୍ପତ୍ତି ଖାଇବା ତେଲ ର ଦରଦାମକୁ ଆହୁରି ବଢ଼ାଇ ଦେଇପାରେ ।