ଉଦଘାଟିତ ହେଲା ରାଜ୍ୟ ର ପ୍ରଥମ ନଦୀ ଭିତ୍ତିକ ବନ୍ଦର

0
140
ଉଦଘାଟିତ ହେଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପାରାଦୀପ, (୨୬/୦୪) : ସାକାର ହେଉଛି ରାଜ୍ୟ ସରକାରଙ୍କ ନଦୀ ଭିତ୍ତିକ ପରିବହନ ସ୍ୱପ୍ନ । ଆଜି ନଦୀ ସଂଯୋଗୀକରଣ ବିକାଶ ରେ ଓଡ଼ିଶା ପାଇଁ ଐତିହାସିକ ଦିନ । ପାରାଦୀପ ରେ ଉଦଘାଟିତ ହେଲା ରାଜ୍ୟର ପ୍ରଥମ ନଦୀ ଭିତ୍ତିକ ବନ୍ଦର ।

ଉଦଘାଟିତ ହେଲା ରାଜ୍ୟ ର ପ୍ରଥମ ନଦୀ ଭିତ୍ତିକ ବନ୍ଦର । ଯାହାକୁ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ, ଜଳପଥ ଓ ବନ୍ଦର ବିଭାଗ ମନ୍ତ୍ରୀ ସଦାନନ୍ଦ ସୋନୱାଲ୍ । ଏହି ଅବସରରେ ରାଜ୍ୟ ସଡ଼କ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଇଫକୋ, ଓଏସଏଲ ଓ ପାରାଦୀପ ବନ୍ଦର ସହଯୋଗରେ ତିଆରି ହୋଇଛି ଏହି ନଦୀ ଭିତ୍ତିକ ବନ୍ଦର ।

ତେବେ ଏହି ବନ୍ଦର ଦ୍ୱାରା ପରିବହନ କ୍ଷେତ୍ରରେ ଓଡ଼ିଶା ଏକ ଐତିହାସିକ ସଫଳତା ହାସଲ କରିଛି । ଏଥିଯୋଗୁଁ ରାଜ୍ୟ ଓ ବିଭିନ୍ନ ଦେଶକୁ ପଣ୍ୟ ପରିବହନ ସହଜ ହେବ ।