ବିଶ୍ୱ ରେଡକ୍ରସ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0
135
ବିଶ୍ୱ ରେଡକ୍ରସ ଦିବସ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୩୦/୪) : ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଜି ଅପରାହ୍ନ ସମୟରେ ବିଶ୍ୱ ରେଡକ୍ରସ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଶ୍ୱ ରେଡକ୍ରସ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକରେ ରେଡକ୍ରସ ପାଣ୍ଠି ବୃଦ୍ଧି ସକାଶେ ଯୋଜନା କରାଯିବା ସହିତ ପ୍ରତି ତିନି ମାସରେ ରେଡକ୍ରସ କମିଟି ବୈଠକ ବସାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଜିଲ୍ଲା ର ସମସ୍ତ ଅଧିକାରୀ ଅତି କମ୍‌ରେ ୧ ହଜାର ଟଙ୍କା ଦେଇ ରେଡକ୍ରସର ଆଜୀବନ ସଦସ୍ୟ ହେବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ ।

ଆସନ୍ତା ୮ ତାରିଖ ଦିନ ବିଶ୍ୱ ରେଡକ୍ରସ ଦିବସ ଅବସରରେ ଏକ ଶୋଭାଯାତ୍ରା ଜିଲ୍ଲା ସଂଗ୍ରହାଳୟ ଠାରୁ ବାହାରି ବାଘଗୁଡା ଛକ, ଗାନ୍ଧୀଛକ ଏବଂ ଓୟାରଲେସ ଛକ ଦେଇ ପୁନର୍ବାର ସଂଗ୍ରହାଳୟ ପର୍ଯ୍ୟନ୍ତ ଆସିବ । ଏହି ଉପଲକ୍ଷେ ବିଭିନ୍ନ ବର୍ଗର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ୪ ଟି ସ୍ତରରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ୫ ତାରିଖ ଦିନ ଅନୁଷ୍ଠିତ ହେବ, ଏହାର ଆୟୋଜନ ଦାୟିତ୍ୱ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ. ଉଦୟନାଥ ମାଝିଙ୍କୁ ପ୍ରଦାନ କରାଯାଇଥିଲା ।

ପ୍ରବନ୍ଧ ପାଇଁ ବିଷୟବସ୍ତୁ ଆମେ ସମସ୍ତେ ମାନବ ଜାତି ଇଂରାଜୀ ଓ ଓଡିଆରେ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଉକ୍ତ ଦିବସରେ ଏକ ରକ୍ତଦାନ ଶିବିର ଆୟୋଜନ ସହିତ ସ୍ୱଧାର ଗୃହ, କୁଷ୍ଠାଶ୍ରମ, ଗାଈଗୋଠ ପଡିଆ, ଝାଡରାଜିଙ୍ଗ ଜରାଶ୍ରମ ଠାରେ ଅସହାୟ ଲୋକମାନଙ୍କୁ ରେଡକ୍ରସ ସାମଗ୍ରୀ ବଣ୍ଟନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।

ସନ୍ଧ୍ୟା ୬ ଘଣ୍ଟା ସମୟରେ ଜିଲ୍ଲା ସଂଗ୍ରହାଳୟ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରୁ ସଂଗୃହୀତ ପାଣ୍ଠି ଜିଲ୍ଲା ରେଡକ୍ରସକୁ ପ୍ରଦାନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଉପଜିଲ୍ଲାପାଳ ସନତ କୁମାର ନାଏକ, ଜିଲ୍ଲା ଶିକ୍ଷା ଅଧିକାରୀ ଡଃ.ଉଦୟନାଥ ମାଝୀ, ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ, ଯୁବ ରେଡକ୍ରସ ସଂପାଦକ ଅଧ୍ୟାପକ ପ୍ରବୀର କୁମାର ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ଚିତରଞ୍ଜନ ଦାଶ, ଶଙ୍କର ପ୍ରସାଦ ମିଶ୍ର, ସୌମିତ୍ରି କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।