ବାପା ଆଣିଥିଲେ ବିବାହ ପ୍ରସ୍ତାବ, ଝିଅ ଦେଲେ ଚାକିରି ଅଫର : ଦରମା ୬୨ ଲକ୍ଷ

0
140
ବାପା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବେଙ୍ଗାଳୁରୁ, (୦୨/୦୫) : ବାପା ବରପାତ୍ର ଠିକ୍‌ କରିଥିଲେ । ଝିଅକୁ ପସନ୍ଦ ପାଇଁ ପ୍ରୋଫାଇଲ ପଠାଇଥିଲେ । ମେଟ୍ରିମୋନିଆଲ ସାଇଟରୁ ଯୋଗ୍ୟ ବରପାତ୍ର ର ଠିକଣା ଯୋଗାଡ଼ କରି ଝିଅକୁ ପସନ୍ଦ ପାଇଁ ସମ୍ମତି ମାଗିଥିଲେ ।

ହେଲେ ଝିଅ ବିବାହ ପ୍ରସ୍ତାବରେ ରାଜି ହେବ କଣ ? ବରଂ ସିଧା ସେହି ବରପାତ୍ରକୁ ନିଜ କମ୍ପାନୀ ର ଚାକିରି ଅଫର ଦେଇଦେଲେ । ଏମିତି ଏକ ରୋଚକ ଘଟଣା ଏବେ ସୋଶାଲ ମିଡାରେ ଚର୍ଚ୍ଚା ବିଷୟ ପାଲଟିଛି । ଯୁବତୀ ଜଣକ ହେଉଛନ୍ତି ଉଦିତା ପଲ । ଉଦିତାଙ୍କର ବାଙ୍ଗାଲୋରରେ ଏକ ଷ୍ଟାର୍ଟ ଅପ ‘ଫିନଟେକ’ ନାମକ ଏକ କମ୍ପାନୀ ରହିଛି । ଯେଉଁ କମ୍ପାନୀ ଅନ୍ତର୍ଜାତୀୟ କାରବାର କରେ । ତେବେ ବାପା ପଠେଇଥିବା ବରପାତ୍ରକୁ ବାହା ହେବାକୁ ରାଜି ବଦଳରେ ତାଙ୍କୁ ଯୋଗ୍ୟ ପ୍ରାର୍ଥୀ ଭାବି ଚାକିରି ଅଫର ଦେଇଦେଲେ ଉଦିତା ।

ଏହି ଖବର ଜାଣିଲା ପରେ ଉଦିତାଙ୍କ ବାପା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ବିଷୟରେ ଉଭୟ ବାପା ଓ ଝିଅଙ୍କ ମଧ୍ୟରେ ହ୍ୱାଟସ୍‌ଆପ୍‌ରେ ହୋଇଥିବା କଥୋପକଥକୁ ନିଜ ସୋଶାଲ ମିଡିଆରେ ସେୟାର କରିଛନ୍ତି ଉଦିତା । ଝିଅ ର ଏଭଳି ପଦକ୍ଷେପରେ ଆଶ୍ଚର୍ଯ୍ୟ ହୋଇ ବାପା ପଚାରିଛନ୍ତି, ତୁ ଜାଣିଛୁ କ’ଣ କରୁଛୁ ? ତୁ ଏମିତି ମେଟ୍ରିମୋନିଆଲ ସାଇଟରୁ ଚାକିରି ପାଇଁ ପ୍ରାର୍ଥୀ ହାୟାର କରିପାରିବୁନି ? ମୁଁ ଏବେ ତାଙ୍କ ବାପାକୁ କଣ କହିବି ? ମୁଁ ତୋର ମେସେଜ୍‌ ଦେଖିଲି । ତୁ ସେ ପିଲାକୁ ଇଣ୍ଟର୍ଭ୍ୟୁ ପାଇଁ ଏକ ଲିଙ୍କ ପଠାଇଛୁ ଏବଂ ତାର ରିଜ୍ୟୁମ ମାଗିଛୁ ।

ବାପାଙ୍କ ପ୍ରଶ୍ନରେ ଅତି କୌତୁହଳ ଢଙ୍ଗରେ ଜବାବ ଦେଇଛନ୍ତି ଝିଅ ଉଦିତା । ସେ କହିଛନ୍ତି ଯେ, ଫିନଟେକ୍‌ କମ୍ପାନୀକୁ ୭ ବର୍ଷ ଛୁଇଁଲାଣି । ହାୟାର କରିବା ପାଇଁ କମ୍ପାନୀର ଯଥେଷ୍ଟ ଅଭିଯଜ୍ଞତା ରହିଛି । ତେଣୁ ଆମେ ହାୟାର କରୁଛୁ । ଆଇ ଏମ ସରି । ଏହାହିଁ ଥିଲା ଝିଅ ଉଦିତା ର ଉତ୍ତର ।

ଅନ୍ୟପକ୍ଷରେ ଚାକିରି ଅଫର ପାଇଥିବା ଯୁବକ ଜଣକ ବାର୍ଷିକ ଉଚ୍ଚବେତନ ଦାବି କରିଛନ୍ତି । ସେ ବର୍ଷକୁ ୬୨ ଲକ୍ଷ ଟଙ୍କା ପ୍ୟାକେଜ ସାଙ୍ଗକୁ ଅନ୍ୟାନ୍ୟ ଆର୍ଥିକ ସୁବିଧା ସୁଯୋଗ ଦାବି କରିଛନ୍ତି । ହେଲେ ଯୁବକଙ୍କ ପ୍ରସ୍ତାବରେ ରାଜି ହୋଇ ନାହିଁ କମ୍ପାନୀ । ଅର୍ଥାତ ଏତେ ବଡ଼ ଦରମା ଦେବାକୁ ଫିନଟେକ କମ୍ପାନୀ ଅସମର୍ଥ ବୋଲି ଉତ୍ତରରେ ଉଦିତା କହିଛନ୍ତି । ବାପା-ଝିଅଙ୍କ ମଧ୍ୟରେ ଏଡି ବାର୍ତ୍ତାଳପକୁ ଉଦିତା ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିବାରୁ ମାଳ ମାଳ ଲାଇକ୍ କମେଣ୍ଟ ଆସୁଛି ।