୭୫ ବର୍ଷ ପରେ ଟାଣ୍ଡା ଗ୍ରାମ ଡଙ୍ଗରିଆ ପିଲାଙ୍କ ପାଇଁ ଆରମ୍ଭ ହେଲା ଶିକ୍ଷା ଦାନ

0
265
୭୫ ବର୍ଷ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୪/୫) : ରାୟଗଡା ଜିଲ୍ଲା ବିଷମ କଟକ ବ୍ଳକରେ ଡଙ୍ଗରିଆ ପିଲା ମାନେ ୭୫ ବର୍ଷ ପରେ ମଧ୍ୟ ଶିକ୍ଷା ରୁ ଵଞ୍ଚିତ ଅଛନ୍ତି । ଖାଦ୍ୟ ବିନା ମଣିଷ ବଞ୍ଚିବା କଷ୍ଟକର, ଶିକ୍ଷା ବିନା ମଣିଷ ଚଳିବା କଷ୍ଟକର । ଶିକ୍ଷା ବିନା ଜୀବନ ଅନ୍ଧକାର । ଆଖି ଥାଇବି ଅନ୍ଧ ସହ ସମାନ ।WhatsApp Image 2022 05 04 at 9.09.19 PM 1 ୭୫ ବର୍ଷ ପରେ ଟାଣ୍ଡା ଗ୍ରାମ ଡଙ୍ଗରିଆ ପିଲାଙ୍କ ପାଇଁ ଆରମ୍ଭ ହେଲା ଶିକ୍ଷା ଦାନ

ଏପରି ଅନେକ ଡଙ୍ଗରିଆ ପିଲା ଅଛନ୍ତି ଏବେ ବି ଶିକ୍ଷା ରୁ ଵଞ୍ଚିତ । ଆଜି ସରକାରୀ ଶିକ୍ଷାର ସୁବିଧା ପହଞ୍ଚି ପାରିନାହିଁ । ଏପରି ଏକ ଅଭାବନୀୟ ଘଟଣା ଆମକୁ ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଟାଣ୍ଡା ଗ୍ରାମ ରେ ୭୫ ବର୍ଷ ବିତିଗଲାଣି ହେଲେ ଏ ଯାଏଁ ଏଠି ସରକାର ଙ୍କ ସ୍କୁଲ ଖଣ୍ଡେ ନାହିଁ । ଶିକ୍ଷା କ’ଣ ଅବିଭାବକ ମାନଙ୍କୁ ତିଳେ ହେଲେ ଜଣା ନାହିଁ ।

ଟାଣ୍ଡା ଗ୍ରାମ ରୁ ଆଠ କିମି ଦୁର ରେ ପୁସୁଗୁଡା ଠାରେ ଗୋଟାଏ ସରକାରୀ ସ୍କୁଲ ରହିଛି । ହେଲେ ରାସ୍ତା ନ ଥିବାରୁ ସ୍କୁଲ ଯିବା ସମ୍ଭବ ନୁହେଁ । ଗୋଟାଏ ଛୋଟ ପାହାଡିଆ ଚଲାପଥ ରହିଛି ସେ ରାସ୍ତା ଦେଇ ପୁରୁଷ ଓ ମହିଳା ମାନଙ୍କୁ ଯିବା ଆସିବାରେ କଷ୍ଟକର ହେଇ ପଡୁଛି । ଆଉ ପିଲା ମାନେ ସେହି ରାସ୍ତା ରେ ଯିବା ସ୍ୱପ୍ନ ତେଣୁ ୩୦/୪୦ ଟି ପିଲା ଗାଁ ରେ ରହିଥାନ୍ତି । ଗାଁ ରେ ସ୍କୁଲ ନ ଥିବାରୁ କିଏ ତ ମାଟି ଖୋଲା କାମରେ ଆଉ କିଏ ତ ପାହାଡିଆ ଚାଷ କାର୍ଯ୍ୟ ରେ ମାଁ ବାପା ଙ୍କୁ ସାହାଯ୍ୟ ସହଯୋଗ କରିଥାନ୍ତି ।

ଆଉ କେତେକ ଖେଳ କୁଦରେ ବ୍ୟସ୍ତ ଥିଲାବେଳେ, ଆଉ କେତେକ ହାତ ରେ ବାଉଁସ ତୀର ଧରି ଚଢେଇ ଶିକାର ପାଇଁ ବଣ ଜଙ୍ଗଲ ବୁଲୁଛନ୍ତି । ଏପରି ଏକ ହୃଦ ବିଦାରକ ଦୃଶ୍ୟ ଦେଖି ଡି. କେ. ଡିଏ. ସଂସ୍ଥା ର ଅଧିକାରୀ ସୁଦର୍ଶନ ପାଢୀ, ତୋପନ କୁମାର ନାୟକ, ଓପିଲିପି, ଚୈତନ୍ୟ ମାଝୀ ଙ୍କ ମନ ତରଳି ଯାଇଥିଲା । ଠିକ ସେହି ସମୟରେ ଏକ ଶିକ୍ଷାଦାନ କେନ୍ଦ୍ର ର ପ୍ରତିଷ୍ଠା ନେଇ ଚିନ୍ତା କରିଥିଲେ ଏହି ଅଧିକାରୀଗଣ ।

ତତ୍ ସଙ୍ଗେ ସଙ୍ଗେ ଏକ ଜରୁରୀ କାଳୀନ ବୈଠକ ଆୟୋଜନ କରି ଶ୍ରୀ ପାଢୀ, ତୋପନ କୁମାର ନାୟକ ଓ ଚୈତନ୍ୟ ମାଝୀ ଙ୍କ ତତ୍ତାବଧାନରେ ଟାଣ୍ଡା ଗ୍ରାମ ଠାରେ ପିଲା ଙ୍କୁ ଶିକ୍ଷା ଦାନ ପାଇଁ ଛାତ ପଡିଥିବା ଏକ ପୁଷ୍ଟି ସାଧନ ଗୃହ ନିର୍ମିତ ହେଲା । ଏହି ଗୃହ ନିର୍ମାଣ ପାଇଁ ଡିକେଡିଏ, ଓପିଲିପି ଲେବର ଲଗେଇ ଆଠ କିମି ଦୁରତା ପାହାଡିଆ ରାସ୍ତା ରେ ଜରି ମାଧ୍ୟମରେ କାନ୍ଦ ରେ ବୁହାଇ ଇଟା, ବାଲି, ସିମେଣ୍ଟ, ଚିପସ୍ ନେଇ ଶିକ୍ଷା ଦାନ ପାଇଁ ପୁଷ୍ଟି ସାଧନ କେନ୍ଦ୍ର କଲେ ।

ଡିକେଡିଏ, ଓପିଲିପି ର ଏଭଲି କଠିନ ପରିଶ୍ରମ ପାଇଁ ପାହାଡିଆ ଅଞ୍ଚଳ ରେ ପାଲିଟିଛନ୍ତି ବେସ ପ୍ରଶଂସା ୭୫ ବର୍ଷ ପରେ ଟାଣ୍ଡା ଗ୍ରାମ ରେ ଶିକ୍ଷା ର ଆରମ୍ଭ ହେଇଥିବାର ଦେଖିବାକୁ ମିଳିଲା ପିଲାଏ ମନ ଖୁସିରେ ବିଦ୍ୟାଳୟକୁ ଗଲେ ଏବେ ଲାଗିଲା କି ଏହି ସଂସ୍ଥାଙ୍କ ଦ୍ୱାରା କିଛି ଉନ୍ନତିମୂଳକ କାମ ହେଲା । ଏପରି ଉନ୍ନତ ମାନର କାମ ପାଇଁ ଗ୍ରାମବାସି ଡିକେଡିଏ, ଓପିଲିପି, ଚାଟିକଣା କୁ ବେସ ପ୍ରଶଂସା ଜଣେଇଛନ୍ତି । ଏଭଳି ଅନେକ ସମସ୍ୟାରେ ପରିପୂର୍ଣ୍ଣ ଅଟେ ଏହି ଡଙ୍ଗରିଆ ଅଞ୍ଚଳ ତେଣୁ ଆଉ ଅନ୍ୟ ଜାଗା ପାଇଁ ହୃଦୟ ର ସହ ଚିନ୍ତାକଲେ ପ୍ରକୃତ ସାହାଯ୍ୟ ପାଇ ପାରିବେ ଡଙ୍ଗରିଆ ।