କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଷ୍ଟେକ ହୋଲ୍ଡର ବୈଠକ

0
165
କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୧୬/୩) : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଦଭାବନ ଗୃହଠାରେ ଆଇ.ସି. ଏମ୍. ଆର ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ଭୁବନେଶ୍ୱର ତରଫରୁ ୟୁନିଭର୍ସାଲ ହେଲଥ କଭରେଜ (ୟୁହେଚସି) ପ୍ରକଳ୍ପ ଆନୁକୂଲ୍ୟରେ ଏକଷ୍ଟେକ ହୋଲ୍ଡର ବୈଠକ ଅନୁଷ୍ଠିତ ହୋଇ ଯାଇଛି ।fb192779 afc0 4244 92d7 057ee7a8559f କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଷ୍ଟେକ ହୋଲ୍ଡର ବୈଠକ

କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଷ୍ଟେକ ହୋଲ୍ଡର ବୈଠକରେ ଅତିରିକ୍ତ ତହସିଲଦାର ଗଣେଶ ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ (ଏଡିଏମଓ) ଅତିତିକ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶ୍ରବଣ କୁମାର ସାହୁକାର, ଆଇ.ସି. ଏମ୍. ଆର ପ୍ରକଳ୍ପ ର ମୁଖ୍ୟ ଗବେଷକ ଡାକ୍ତର ଶ୍ରୀକାନ୍ତ କାନୁନଗୋ, ପ୍ରକଳ୍ପ ର ମୁଖ୍ୟ ଅଧିକାରୀ ଡାକ୍ତର ଅଞ୍ଜନ ବିଷୋୟୀ, ଭାରପ୍ରାପ୍ତ ଡାକ୍ତର ଚିନ୍ମୟୀ ଲିମା, ମାଝୀଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ତିର୍ଥ ନାରାୟଣ ନାୟକ, ବଡତୋଡ୍ରରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ବିବେକାନନ୍ଦ ମହାପାତ୍ର, ଡାକ୍ତର ଶୋଭାଗ୍ୟ ହୁଈ, ଅର୍ଣ୍ଣପୂର୍ଣ୍ଣା ତାଣ୍ଡି ଅତିଥି ଭାବେ ମଞ୍ଚାସିନ ରହିଥିଲେ ।

ପ୍ରଥମେ ସ୍ଥାନୀୟ ଭାରପ୍ରାପ୍ତ ଡାକ୍ତର ଲିମା ସ୍ୱାଗତ ଭାଷଣ ଦେଇଥିଲେ, ପରେ ପ୍ରକଳ୍ପର କାର୍ଯ୍ୟକାରିତା ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ଦକ୍ଷତା ବୃଦ୍ଧି ବିଷୟରେ ଆଲୋକପାତ କରିଥିଲେ । ଯକ୍ଷ୍ମା ରୋଗ ର ନିରାକରଣ ଓ ଚିକିତ୍ସା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଅତିଥିମାନେ ବୁଝାଇଥିଲେ ।

ଶେଷରେ ପ୍ରକଳ୍ପ ର ମୁଖ୍ୟ ଅଧିକାରୀ ଅଞ୍ଜନ ବିଷୋୟୀ ଏହାକୁ ସମ୍ପୂର୍ଣ୍ଣ ପରିଚାଳନା କରିବା ସହ ଉପସ୍ଥିତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହାକୁ ଆଇ.ସି. ଏମ୍. ଆରର କର୍ମଚାରୀ ଇନ୍ଦୁରାଣୀ ସାଗର, ସନ୍ତୋଷ ସାହୁ, ରାଜେଶ ପଣ୍ଡା ସହଯୋଗ କରିଥିଲେ । ଏଥିରେ ଡାକ୍ତର, ଆଶା, ଅଙ୍ଗନବାଡି କର୍ମୀ, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରକାଶ ଥାଉକି ୟୁ. ଏଚ. ସି ପ୍ରକଳ୍ପ ଟି ପ୍ରଥମ ଥରପାଇଁ ରାୟଗଡା ଜିଲ୍ଲା ରେ ଚାଲୁଛି । ଏଥିରେ ଯକ୍ଷ୍ମା, ମାତୃ ଶିଶୁ ସ୍ୱାସ୍ଥ୍ୟ ସେବା ଓ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ସଫଳ ରୂପାୟନ ଉପରେ ପ୍ରାଧାନ୍ୟ ଦିଆଯାଉଛି ।