ଶୌଚ ପାଇଁ ଯାଇଥିବା ମହିଳା ଙ୍କୁ ଦୁଷ୍କର୍ମ ସହ ଜଘନ୍ୟ ହତ୍ୟା

0
129
ଶୌଚ ପାଇଁ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୦୫/୦୫) : ବଲାଙ୍ଗୀର ସ୍ଥିତ ଲର୍କୀପାଲି କୃଷି ବିଜ୍ଞାନ କେନ୍ଦ୍ର ପଛପଟରୁ ଜଣେ ମହିଳା ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଶୌଚ ପାଇଁ ଯାଇଥିବା ଉକ୍ତ ମହିଳା ଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ପାରିପାର୍ଶ୍ଵିକ ସ୍ଥିତି ରୁ ଅନୁମାନ କରାଯାଉଥିବା ଥିବା ବେଳେ ପୋଲିସ ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ ହୋଇଛି ।

ସୂଚନା ଅନୁଯାୟୀ, ଅଞ୍ଜନା ପଟେଲ (ବ-୪୫) ନାମ୍ନୀ ଉକ୍ତ ମହିଳା ଦୀର୍ଘବର୍ଷ ଧରି ବେଲପଡା ରୁ ଆସି ନିଜ ପରିବାର ସହ ରହୁଥିଲେ । ମୃତା ମହିଳା ଙ୍କ ଜଣେ ପୁଅ ଥିବା ବେଳେ ତାଙ୍କ ସ୍ୱାମୀ ମାନସିକ ରୋଗାକ୍ରାନ୍ତ ଥିବା ଓ ସେ କେଉଁ ଆଡେ ଚାଲିଯିବା ପରେ ତାଙ୍କ ପୁଅ ସହ ସେ ରହି ଆସୁଥିଲେ । କିଛି ବର୍ଷ ପୂର୍ବରୁ ତାଙ୍କ ସ୍ୱାମୀ ଚାଲିଯିବା ପରେ ସେ ଲର୍କୀପାଲି ସ୍ଥିତ ଉକ୍ତ କଲୋନୀପଡ଼ାରେ ସ୍ଥାୟୀ ଭାବେ ରହୁଥିଲେ । ମୃତ ଅଞ୍ଜନା ରାତି ପ୍ରାୟ ୮ ଟା ସମୟରେ ଶୌଚ ପାଇଁ ଯାଇ ଆଉ ଫେରି ନ ଥିବା ପୋଲିସ ନିକଟରେ ତାଙ୍କ ପୁଅ ଅନୁଭବ ପ୍ରକାଶ କରିଛନ୍ତି ।

ପୋଲିସ ଘଟଣା ସ୍ଥଳରୁ କ୍ଷତାକ୍ତ ମୃତ ଦେହ ଉଦ୍ଧାର କରିବା ସହ ଦୁଷ୍କର୍ମ କରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟେଇ ଥିବା ଅଭିଯୁକ୍ତ ବିରୋଧରେ ତୁରନ୍ତ ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ଗ୍ରହଣ କରିବା ଦାବି ହେଉଛି ।